ନୂଆାଦିଲ୍ଲୀ : କୌଣସି ଦୂରଯାତ୍ରା ଯିବାର ଥିଲେ ଆମେ ଟ୍ରେନ ଏବଂ ବିମାନର ସାହାଯ୍ୟ ନେଇଥାଉ । ତେବେ ଟ୍ରେନରେ ଯିବା ସମୟରେ ଆପଣ ଷ୍ଟେସନରେ ନିଶ୍ଚୟ ଏହି ଶବ୍ଦଟିକୁ ପ୍ରଥମେ ଶୁଣିଥିବେ.., ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା..’ଇତ୍ୟାଦି । ଟ୍ରେନର ଗତିବିଧି ବିଷୟରେ ଅବଗତ କରାଇବା ପାଇଁ ଭାରତୀୟ ରେଳବାଇରେ ବହୁ ବର୍ଷ ଧରି ଏହି ଶବ୍ଦ ବ୍ୟବହାର ହୋଇ ଆସୁଛି । ହେଲେ ବର୍ତ୍ତମାନ ଆପଣ ଦେଶର ୧୫୦ ବର୍ଷ ପୁରୁଣା ଡକ୍ଟର ଏମଜିଆର ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳ ଷ୍ଟେସନରେ ଏହି ସ୍ୱର ଆଉ ଶୁଣିବାକୁ ପାଇବେ ନାହିଁ।କାରଣ ରବିବାର ଠାରୁ ଏହି ଷ୍ଟେସନରେ ଶୁଭୁନି ଲହି ଶବ୍ଦ ।
୧୫୦ ବର୍ଷ ପୂର୍ବର ଚେନ୍ନାଇର ଡ. ଏମଜିଆର ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଲଓ୍ବ ଷ୍ଟେସନ୍ରେ ଏବେ ଯାତ୍ରୀମାନେ ଯାତ୍ରା କରୁଛନ୍ତି ସତ କିନ୍ତୁ ସେ ସ୍ବର ଆଉ ଶୁଣିବାକୁ ମିଳୁନାହିଁ। ଟ୍ରେନ୍ ସମ୍ପର୍କିତ ସମସ୍ତ ସୂଚନା ଦେଉଥିବା ସେହି ପରମ୍ପରାଗତ ସ୍ବରଟିକୁ ବନ୍ଦ କରିଦିଆଯାଇଛି। ଏବେ ଏହି ଷ୍ଟେସନରେ ପବ୍ଳିକ ଆନାଉନସ୍ମେଣ୍ଟ ସିଷ୍ଟମର ବ୍ୟବହାର କରାଯାଉନାହିଁ। ଏଠାରେ ଏବେ ବିମାନବନ୍ଦର ପରି ଲାଗିଥିବା ବଡ଼ ବଡ଼ ସ୍କ୍ରିନ୍କୁ ଦେଖି ସୂଚନା ପାଇପାରିବେ।
ଚେନ୍ନାଇ ରେଳ ବିଭାଗ ଅନୁଯାୟୀ, ଉପାନ୍ତ ସହର ଟ୍ରେନ୍ ପାଇଁ PA ବ୍ୟବସ୍ଥା ଜାରି ରହିବ । ତେବେ ଦକ୍ଷିଣାଞ୍ଚଳ ରେଳବାଇର ମୁଖ୍ୟ ଜେନେରାଲ ମ୍ୟାନେଜର ଆର.ଏନ.ସିଂହ କହିଛନ୍ତି ଯେ, ତାମିଲ, ହିନ୍ଦୀ ଓ ଇଂରାଜୀରେ ଟ୍ରେନ ଗୁଡ଼ିକର ଯିବା ଆସିବାର ସମସ୍ତ ସୂଚନା ପ୍ରଦର୍ଶିତ କରିବା ପାଇଁ ବଡ଼ ସ୍କ୍ରୀନକୁ ଷ୍ଟେସନର ମୁଖ୍ୟ ପ୍ରବେଶ ପଥରେ ଲଗାଯାଇଛି । ୪୦-୬୦ ଡିଜିଟାଲ ସ୍କ୍ରୀନ୍ରେ ଯାତ୍ରୀମାନେ ଟ୍ରେନର ସମସ୍ତ ସୂଚନା ପାଇପାରିବେ । ଭିନ୍ନକ୍ଷମଙ୍କ ସହାୟତା ପାଇଁ ଷ୍ଟେସନର ମୁଖ୍ୟ ପ୍ରବେଶ ଦ୍ବାରରେ ବ୍ରେଲ୍ ନେଭିଗେସନ୍ ମାନଚିତ୍ର ଏବଂ ସାଙ୍କେତିକ ଭାଷା ଭିଡିଓର ବ୍ୟବସ୍ତା କରାଯାଇଛି। ଏଥିସହ ଅନୁସନ୍ଧାନ କାଉଣ୍ଟର ମଧ୍ୟ ବୃଦ୍ଧି କରାଯିବ ।
Comments are closed.