Latest Odisha News

BREAKING NEWS

ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପୁରୀ(ସନ୍ତୋଷ ଦାଶ): କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ଲୁହ ଆଉ କୋହକୁ ସମ୍ବରଣ କରିପାରୁ ନ ଥିଲେ  ଉପସ୍ଥିତ ସିନେପ୍ରେମୀ,ଶୁଭେଛୁ ଓ କଳାକାର । ଏହି ଲୁହ ଆଉ କୋହ କହୁଥଲା କେତେ ଆପଣାର ଥିଲେ ପିଣ୍ଟୁ ନନ୍ଦ ।  ବେଳାଭୂମିରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ।

ଅପରାହ୍ନ ଗୋଟେ ୪୦ରେ  ପିଣ୍ଟୁଙ୍କ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ମଧ୍ୟାହ୍ନ ପ୍ରାୟ ୨ଟା ୫୦ରେ  ବଡ଼ପୁଅ ମରଶରୀରରେ ମୁଖାଗ୍ନି ଦେଇଥିଲେ। ସମସ୍ତଙ୍କ ଆଖି ସାମ୍ନାରେ ନିଃଶେଷ ହୋଇ ଯାଇଥିଲା ଲୋକପ୍ରିୟ ଅଭିନେତା ପିଣ୍ଟୁଙ୍କ ଶରୀର ।

ରାମନାମ ସତ୍ୟ  ହେ ସାଙ୍ଗକୁ ପିଣ୍ଟୁଙ୍କର  ଏ ଗୌରା  ଓ ଅନ୍ୟ ଅନେକ ଡାଏଲଗକୁ ଉଚ୍ଚାରଣ କରୁଥଲେ ।  ଶରୀର ସିନା ଜଳିଗଲା ।  ହେଲେ କଳାକାରଟିଏ ଜନତାଙ୍କ ହୃଦୟରେ ସବୁଦିନ ପାଇଁ ଜିଇଁ ରହିଲା..ସ୍ୱର୍ଗ ଦ୍ୱାରର ଏକ ଭାବବିହ୍ୱଳ ଦୃଶ୍ୟ ଏମିତି କିଛି ହିଁ କହୁଥିଲା । ପରିବାର ଲୋକେ, କଳାକାର ସଙ୍ଘ,ସାଂସ୍କୃତିକ ଅନୁଷ୍ଠାନ ଓ ଶୁଭେଛୁ ମାନଙ୍କ ସହ ଅଭିନେତା ବବି ମିଶ୍ର,ଗୁଡୁ, ରାନୀ ପ୍ରିୟଦର୍ଶନି,ମିଟୁ ମିଥୁନ, ବସନ୍ତ ନାୟକ,ସମୀର ଶତତଥୀଙ୍କ ଭଳି ନାମ ଅଭିନେତା ଓ ନିର୍ଦେଶକ ମାନେ ଉପସ୍ଥିତ ରହିଥିଲେ ।

ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ ଅଭିନେତା ପିଣ୍ଟୁ ନନ୍ଦ । ପ୍ରଥମେ ଭୁବନେଶ୍ୱର ପରେ ଦିଲ୍ଲୀ ଏବଂ ହାଇଦ୍ରାବାଦରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ହେଲେ ଶେଷରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।  ତେଣୁ ସେ ପ୍ରଥମେ ଦିଲ୍ଲୀ ପରେ ହାଇଦ୍ରାବାଦ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ଅପରେସନ ପାଇଁ ଆବଶ୍ୟକ ଟଙ୍କା ବହୁତ ଅଧିକ ଥିଲା। ଏଥିପାଇଁ କ୍ରାଉଡ ଫଣ୍ଡିଂ ମଧ୍ୟ କରାଯାଉଥିଲା। ହେଲେ ଅପରେସନ ପୂର୍ବରୁ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।

 

Comments are closed.