Latest Odisha News

BREAKING NEWS

ଭାଷା ଭାଗବତ : ନିଜେ ଜିଇଁବା ନିଜ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ନିଖୁଣ ହେଉଁ ବା ନ ହେଉଁ
ବାସ୍ତବ ହୋଇ ରହିଥାଉଁ
ବାସ୍ତବତାର ଛୁଆଁ ପାଇ
ଛଳନା ତିଷ୍ଠି ପାରେନାହିଁ

ଛଳନାବିହୀନ ଜୀବନ
ମଣିଷ କରିଲେ ଯାପନ
ଆଶଂକା ହୁଏ ଅଂତର୍ଧାନ
ସାହସ ହୁଏ ବର୍ଧମାନ

ନିଜେ ନିଜର ଭଳି ହୋଇ
ପାରିଲେ ସମୟ ବିତାଇ
ଭାବ ଓ ଭାଷା ସମନ୍ବୟ
ସ୍ଥାପନ ପାଇଁ ନାହିଁ ଭୟ

ନିଜର ଭାବ ଆଉ ଭାଷା
ନ କଲେ ଅନ୍ୟକୁ ଭରସା
ପୂରଣ ହୁଏ ସବୁ ଆଶା
ଜୀବନ ନୁହେ ଅଂକକଷା

ନିଜେ ହିଁ ନିଜର ଆଦର୍ଶ
ହୋଇ ଚଳିଲେ ମିଳେ ହର୍ଷ
ଅଲୋଡ଼ା ବାହ୍ୟ ପରାମର୍ଶ
ମନରେ ରହଇ ସଂତୋଷ

ଭାଷାରେ ଦିଆନିଆ ଖେଳ
କରି ସାରିଲେ ସବୁ ବେଳ
ହୁଏନି ସ୍ପଷ୍ଟ ଅଭିବ୍ୟକ୍ତି
ଅଯଥା କମୁଥାଏ ଶକ୍ତି

 

Comments are closed.