ନୂଆଦିଲ୍ଲୀ:ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ପାଇଁ ଦିନଟିଏ । ଆଜି ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାରେ ନିଜ ଦକ୍ଷତାକୁ ମହିଳାମାନେ ଦେଖାଇ ପାରିଛନ୍ତି । ଭରୀତୀୟ ମହିଳା ବି ଏଥିରେ ପଛରେ ପଡି ନାହାନ୍ତି । ଘରର ଚୌହଦି ଭିତରୁ ବାହାରି ଆସି ଏମାନେ ନିଜ ଯୋଗ୍ୟତା, ଦକ୍ଷତାକୁ ଦେଖାଇ ପାରିଛନ୍ତି । ଘରର କାମ କରୁଥିବା, ସନ୍ତାନ ପାଳିବାର ଦାୟିତ୍:କୁ ନିଜର କର୍ତ୍ତବ୍ୟ ବୋଲି ଭାବୁଥିବା ଭାରତୀୟ ମହିଳା ଆଜି ସୀମାରେ ନିଜର ଦକ୍ଷତା ଯେପରି ଦେଖାଇ ପାରିଛନ୍ତି ତାହା ଦେଶକୁ ଚକିତ କରିନି ବରଂ ଗୌରବାନ୍ୱିତ କରିଛି । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତୀୟ ସେନାରେ ସାମିଲ ହୋଇଥିବା କିଛି ମହିଳାଙ୍କ କଥା ଆମେ କହିବୁ, ଯେଉଁମାନଙ୍କ ସାହାସ, ଦମ୍ଭ ଏବଂ ବୀରତ୍ୱ ଦେଶର ଗର୍ବକୁ ବଢାଇ ଦେଇଛି । ଆସନ୍ତୁ ଜାଣିବା ସେଇ ବୀରାଙ୍ଗନାଙ୍କ ବିଷୟରେ ।
ଭାରତୀୟ ସେନାରେ ସାମିଲ ହୋଇଛନ୍ତି ଅନେକ ମହିଳା ଅଧିକାରୀ । ଏହି ମହିଳା ଅଧିକାରୀଙ୍କ ପଥ ପ୍ରଦର୍ଶକ ହେଉଛନ୍ତି ପୁନୀତା ଅରୋଡା । ପୁନୀତା ଭାରତୀୟ ନୌସେନାରେ ପ୍ରଥମ ଲେଫ୍ଟନାଣ୍ଟଜେନରାଲ ଥିଲେ । ପୁନୀତାଙ୍କ ଜନ୍ମ ସ୍:ାଧୀନତା ପୂର୍ବରୁ ପାକିସ୍ତାନର ଲାହୋରରେ ଅକ୍ଟୋବର ୧୩. ୧୯ ୩୨ରେ ହୋଇଥିଲା । ୨୦୦୪ରେ ସେ ଭାରତୀୟ ନୌସେନାରେ ଲେଫ୍ଟନାଣ୍ଟ ଜେନରାଲ ପଦରେ ନିଯୁକ୍ତି ପାଇଥିବା ପ୍ରଥମ ଭାରତୀୟ ଥିଲେ । ନୌସେନାରେ ୂ୩୬ କାମ କରିବା ଭିତରେ ସେ ୧୫ ପଦକ ହାସଲ କରିଛନ୍ତି ।
ଭାରତୀୟ ସେନାରେ ନିଜକୁ ଉତ୍ସର୍ଗ କରିଥିବା ଅନ୍ୟ ଜଣେ ମହିଳା ଅଧିକାରୀ ହେଉଛନ୍ତି କିରଣ ଶିଖାବତ । ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ସହିଦ । ରାଜସ୍ଥାନର ସେଫରାଗୁବାରରେ ମେ ୧, ୧୯୮୮ରେ ତାଙ୍କର ଜନ୍ମ । ୨୦୧୦ରେ ସେ ଭାରତୀୟ ନୌସେନାରେ ସାମିଲ ହୋଇଥିଳେ । ହରିଆଣାରେ ବିବାହ କରିବା ପରେ ସେ ଡ୍ୟୁଟିରେ ଥିବାବେଳେ ସହିଦ ହୋଇଥିଲେ । ୨୦୧୫, ମାର୍ଚ୍ଚ ୨୪ ତାରିଖ ରାତିରେ ଗୋଆରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଲେଫ୍ଟନାଣ୍ଟ କିରଣ ସହିଦ ହୋଇ ଯାଇଥିଲେ ।
ଅନ୍ୟଜଣେ ମହିଳା ସେନା ଅଧିକାରୀ ହେଉଛନ୍ତି ପଦ୍ମାବତୀ ବନ୍ଦୋପାଧ୍ୟାୟ । ଭାରତୀୟ ବାୟୁସେନାର ପ୍ରଥମ ଏୟାର ମାର୍ଶାଲ । ୧୯୬୮ରେ ସେ ପ୍ରଥମେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ।୩୪ ବର୍ଷ ଧରି ଦେଶ ସେବା କରିବା ପରେ ୨୦୦୨ରେ ଏୟାର ଭାଇସ ମାର୍ଶଲ ଭାବେ ସେ ପଦୋନ୍ନତି ପାଇଥିଲେ ।
ଅନ୍ୟଜଣେ ସେନା ଅଧିକାରୀ ହେଉଛନ୍ତି ଗୁଞ୍ଜନ ସକ୍ସେନା । କାର୍ଗିଲ ଗର୍ଲ ନାମରେ ପରିଚିତ ଗୁଞ୍ଜନ କାରଗିଲ ଯୁଦ୍ଧବେଳେ ନିଜ ଅଦମ୍ୟ ସାହାସ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ । ଗୁଞ୍ଜନ ଥିଲେ ବାୟୁସେନାର ପ୍ରଥମ ମହିଳା ପାଇଲଟ । ଯୁଦ୍ଧବେଳେ ପାକ ସେନାର କଡା ମୁକାବିଲା କରିଥିଲେ । ତାଙ୍କୁ ଶୌର୍ଯ୍ୟବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଅନ୍ୟ ଜଣେ ବୀରାଙ୍ଗନା ହେଉଛନ୍ତି ଦିବ୍ୟା ଅଜିତ କୁମାର । ସେ ପ୍ରଥମ ମହିଳା କ୍ୟାଡେଟ ଥିଲେ । ସ୍:ାର୍ଡ ଅଫ ଅନର ସମ୍ମାନରେ ସମ୍ମାନି ହୋଇଛନ୍ତି । ୨୧ ବର୍ଷରେ ସେ ଏହି ଉପାଧି ପାଇଥିଲେ । ୨୦୧୦ରେ କ୍ୟାପଟେନ ଦିବ୍ୟାଙ୍କୁ ବାୟୁ ରକ୍ଷା କୋରରେ ନିଯୁ୍କ୍ତି ମିଳିଥିଲା ।
Comments are closed.