ଆଠଗଡ: ଆଜି ହୋଲି । ରଙ୍ଗ ବଦଳରେ ରକ୍ତର ରଙ୍ଗରେ ଭିଜିଲା ଗାଁଦାଣ୍ଡ । କଟକ ଜିଲ୍ଲା ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ି । ପୂର୍ବଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମର ମୁଣ୍ଡିଆ ସାହିରେ ଆଜି ସକାଳେ ଗୋଟିଏ ପରିବାରର ତିନିଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମା-ଝିଅ ଗୁରୁତର ଆହତ ହୋଇଛନ୍ତି ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଛି । ତଦନ୍ତ ପରେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜଣା ପଡିବ ବୋଲି ପୋଲିସ କହିଛି ।
Comments are closed.