Latest Odisha News

BREAKING NEWS

ଅମୀର ହଁ ଶାହାରୁଖ୍‌ଙ୍କୁ ନାଁ

ମୁମ୍ବାଇ: ଗତ କିଛି ସମୟ ଧରି ବଲିଡଉ୍‌ ଓ ସାଉଥ୍‌ କଳାକାରଙ୍କୁ ଏକାଠି ଦେଖିବାକୁ ମିଳୁଛି। ତେବେ ଦର୍ଶକଙ୍କ ଭିତରେ ମଧ୍ୟରେ ସାଉଥ୍‌ ଫିଲ୍ମର କ୍ରେଜ୍ ବେଶ୍ ରହିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ପୁଣି ଥରେ ବଲିଉଡ୍‌ ଓ ଟଲିଉଡ୍‌ର ଯୁଗଳବନ୍ଦୀ ଦେଖିବାକୁ ମିଳିପାରେ। ଖବର ମୁତାବକ ଅମୀର ଖାନଙ୍କୁ ନିକଟରେ ହାଇଦ୍ରାବାଦ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଏହି କାର୍ ତାଙ୍କ ପାଇଁ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପଠେଇଥିଲେ।ତେବେ ଫିଲ୍ମ ନିର୍ମାତାମାନଙ୍କୁ ଫିଲ୍ମକୁ ବ୍ୟାବସାୟିକ ସଫଳ କରିବାର ଏକ ସୁବିଧା ଉପାୟ ମଧ୍ୟ ମିଳିଯାଇଥିବା ଜଣାପଡ଼ୁଛି।

ଯଦି ଏହା ସତ ହୋଇଥାଏ ତେବେ ପ୍ରଶଂସକଙ୍କ ଲାଗି ଏହା ନିଶ୍ଚୟ ଏକ ଖୁସି ଖବର। ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ରିଲିଜ ହେବା ପରେ ଦର୍ଶକ ଏବେ ତାଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା-୨’କୁ ଚାହିଁ ରହିଛନ୍ତି। ଏହା ପୂର୍ବରୁ ଶାହାରୁଖ୍‌ଙ୍କ ଅଭିନୀତ ‘ଯୱାନ’ ଫିଲ୍କରେ ଅଭିନୟ ପାଇଁ ଅଲ୍ଲୁ ମନା କରି ଦେଇଥିବା ଜଣାପଡ଼ିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏବେ ସେ ଅମୀରଙ୍କୁ ହଁ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.