ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ବହୁ ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ରିଲେସନକୁ ନେଇ ବଲିଉଡ଼ରେ ଏବେ ଢେର ଚର୍ଚ୍ଚା । ଆଜିକାଲି ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ୱେବ୍ ଶୋ ‘ରକେଟ୍ ବୟଜ୍ ୨\’ର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ହ୍ରିତିକ୍ ସବାଙ୍କ ହାତ ଧରି କାର୍ଯ୍ୟକ୍ରମକୁ ଆସିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଆଗ ସିଟ୍ରେ ଉଭୟ ଏକାଠି ମଧ୍ୟ ବସିଥିଲେ । ଏଥିରେ ସାମିଲ ହୋଇଥିବା ଅନ୍ୟ କଳାକାରମାନେ ଉଭୟଙ୍କ ସମ୍ପର୍କକୁ ନେଇ ଖୁବ୍ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନେକ ଫ୍ୟାନ ଉଭୟଙ୍କ ଯୋଡ଼ିକୁ ନେଇ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । କିଛି ଫ୍ୟାନ ସବାଙ୍କ ଚେହେରାକୁ ନେଇ ଥଟ୍ଟା କମେଣ୍ଟ ମଧ୍ୟ ଦେଇଛନ୍ତି । କିଛି ମାସ ହେଲା ଉଭୟ ଡ଼େଟ୍ ମଧ୍ୟ କରୁଥିବା ଜଣାଯାଇଛି । ବଲିଉଡ଼ରେ ଅଭିନେତା ଓ ଅଭିନେତ୍ରୀଙ୍କ ରିଲେସନସିପ୍କୁ ନେଇ ଅନେକ ସମୟରେ ଏଭଳି ଚର୍ଚ୍ଚା ଜୋର ଧରେ । ସେହି ଧାରାରେ ହ୍ରିତିକ୍ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଚର୍ଚ୍ଚାକୁ ନେଇ ଲାଗି ରହିଛି ସମାଲୋଚନା ।
BREAKING NEWS
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ

Comments are closed.