Latest Odisha News

BREAKING NEWS

ତିହାରରୁ ସିସୋଦିଆଙ୍କ ତୀର! କଏଦ କରି କଷ୍ଟ ଦେଇ ପାରନ୍ତି କିନ୍ତୁ ମୋ ମନୋବଳ ଭାଙ୍ଗିବନି

ନୂଆଦିଲ୍ଲୀ : ତିହାର ଜେଲରେ ଥାଇ ବି ଜୋଶଭରା ଅନ୍ଦାଜରେ ବୟାନ ରଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଜରିଆରେ ସାହେବ ସମ୍ବୋଧନ ସହ ସିସୋଦିଆ କହିଛନ୍ତି, ଜେଲରେ ମୋତେ ପୁରାଇ ମୋତେ କଷ୍ଟ ଦେଇ ପାରନ୍ତି କିନ୍ତୁ ମୋର ମନୋବଳ ଭାଙ୍ଗି ପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମନୀଷ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ତେବେ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନୀଷ ସିସୋଦିଆଙ୍କୁ ଗିରଫ କରିଥିବା ବେଳେ ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୭ଦିନ ପାଇଁ ଇଡିକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏଥିସହ ଜାମିନ ଆବେଦନ ଉପରେ ଶୁଣାଣି ତାରିଖକୁ ମାର୍ଚ୍ଚ ୨୧କୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଇଡିର ଦାବି ଯେ, ଅବକାରୀ ନୀତି ପ୍ରସ୍ତୁତି ପଛରେ ଏକ ବଡ଼ ଷଡଯନ୍ତ୍ର ରହିଛି। ଅବକାରୀ ନୀତିରେ ନିୟମ ପରିବର୍ତ୍ତନ କରି କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ୬% ପରିବର୍ତ୍ତେ ୧୨% ଲାଭ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.