ମାଲକାନଗିରି: ମାଲକାନଗିରିର ପୁର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସାମିଲ ରହି ଜାମିନରେ ଆସିଥିବା ତପନ ସାହାଙ୍କୁ ପୁଣି ଜେଲଦଣ୍ଡ । ମାଓବାଦୀ ନାଁରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା, ଧମକ ଦେଇ ବଟି ଆଦାୟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇଛି । ଚିତ୍ରକୋଣ୍ଡା ଏସ.ଡ଼ି.ପି.ଓ ଡିବିଏଫ ଜବାନ ଙ୍କ ସହାୟତାରେ ପଡୋଶୀ ଆନ୍ଦ୍ରପ୍ରଦେଶର ଗିଲବନ୍ଧା ଗାଁ ରୁ ଗିରଫ କରି ଜେଲ ପଠାଇଛନ୍ତି । ପୋଲିସର ଏପରି ପଦକ୍ଷେପକୁ ମାଲକାନଗିରି କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ପୋଲିସକୁ ଧନ୍ୟବାଦ ଦେବା ସହ ବିଜେଡିକୁ କଡା ସମାଲାେଚନା କରିଯାଇଛି ।
ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ତପନ ସାହୁ ଜଣେ ହାଡ କୋର ମାଓବାଦୀ । ସେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ମାମଲାରେ ସଂପୃକ୍ତ ଥିଲେ । ଏହି ଘଟଣାରେ ସେ ଜେଲ ଯାଇଥିଲେ । ହେଲେ ଜାମିନରେ ଆସି ଏବେ ସେ ସ୍ଥାନୀୟ ଲୋକଙ୍କୁ ମାଓବାଦୀଙ୍କ ନାଁରେ ଧମକ ଦେବା ସହ ବଟି ଆଦାୟ କରୁଥିଲେ । ଏ ନେଇ ପାପରମେଟଲା ଥାନାରେ ଅଭିଯୋଗ ହେବା ପରେ ଚତ୍ରକୋଣ୍ଡା ଏସଡ଼ିପିଓ ଡିବିଏଫ ଯବାନଙ୍କ ସହାୟତାରେ ପଡୋଶୀ ଆନ୍ଧ୍ର ପ୍ରଦେଶର ଗିଲବନ୍ଧା ଗାଁରୁ ଗିରଫ କରିଛନ୍ତି । ଗିରଫ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।
ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଅଭିଯୋଗ ଆଣିଛନ୍ତି ଯେ ତପନ ସାହାଙ୍କ ମାଓବାଦୀଙ୍କ ସହ ସଂପୃକ୍ତି ରହିଛି । ହେଲେ ସେ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ ।ସ୍ୱାଭିମାନ ଅଂଚଳରେ କାମ କରୁଛନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ସହ ସୁସମ୍ପର୍କ ରଖି ଠିକା କାମ କରୁଛନ୍ତି । ଚିତ୍ରକୋଣ୍ଡା ବିଧାୟକ ଓ ନବରଙ୍ଗପୁର ସାଂସଦ ଙ୍କ ସହ ମଧ୍ୟ ତପନ ସାହାର ଘନିଷ୍ଠ ସଂପର୍କ ରହିଛି । ବିଭିନ୍ନ କାର୍ଯ୍ୟକ୍ରମରେ ତ୍ରକୋଣ୍ଡା ବିଧାୟକ ଓ ନବରଙ୍ଗପୁର ସାଂସଦଙ୍କ ସହ ତପନଙ୍କ ଫଟୋକୁ ମଧ୍ୟ ସେ ଗଣମାଧ୍ୟମ ସାମ୍ନାରେ ଦେଖାଇଥିଲେ । ଶାସକ ବିଜେଡି ମାଓବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ସିଧାସଳଖ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।
Comments are closed.