ଭୁବନେଶ୍ୱର: ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ୩ ଟ୍ରେନ୍କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ଓ ୯ଟି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି। ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଣୁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।
ବାତିଲ୍ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା-
ବିଶାଖାପାଟଣା-କୋରାପୁଟ ମଧ୍ୟରେ ଚାଲୁଥିବା ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୧୨/୧୮୫୧୧) ବିଶାଖାପାଟଣାରୁ ୧୭ ଓ ୨୦ ତାରିଖରେ ବନ୍ଦ ରହିବାକୁ ଥିବା ବେଳେ କୋରାପୁଟରୁ ୧୮ ଓ ୨୧ ତାରିଖରେ ଉଭୟ ଦିଗରୁ ବାତିଲ ରହିବ।
କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୪୫) କୋରାପୁଟରୁ ଓ କିରାଣ୍ଡୁଲରୁ- ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୫୨) ଉଭୟ ୨୩ ତାରିଖରେ ବାତିଲ ରହିବ।
ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ୍ଗୁଡ଼ିକ ହେଲା
ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ରାଉରକେଲାରୁ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ। ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ।
ସେହିପରି ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ(୧୮୪୪୮) ୧୮ରୁ ୨୨ ତାରିଖ ମଧ୍ୟରେ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ। ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୫) ୧୭ରୁ ୨୧ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ, ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୬) ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ।
ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେସିଆଲ(୦୮୫୪୬) ବିଶାଖାପାଟଣାରୁ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ସେହପରି ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ସ୍ପେଶାଲ ୧୭.୦୩.୨୦୨୩ରୁ ୨୨.୦୩.୨୦୨୩ ପର୍ଯ୍ୟନ୍ତ କିରନ୍ଦୁଲ ପରିବର୍ତ୍ତେ ଅରକୁ ପର୍ଯ୍ୟନ୍ତ ଚାଲିବ।
Comments are closed.