Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଋଣ ଦେବେ ସରକାର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବ। ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଋଣ ଯୋଗାଇ ଦେବେ ସରକାର। ତା’ ପୁଣି ବିନା ସୁଧରେ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀ ଇ-ଯାନ କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ପାଇବେ। ଦୁଇ ଚକିଆ ହେଉ କିମ୍ବା ଚାରି ଚାରି ଚକିଆ ଗୋଟିଏ ଇ-ଯାନ କିଣିବାକୁ ଋଣ ଯୋଗାଇ ଦିଆଯିବ। ହେଲେ ଇ-ଯାନ କିଣିବାକୁ ଋଣ ନେଇ ଅଲଗା କାମରେ ଲଗାଇଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏହି ସୁବିଧା ୨୦୨୫ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି କୁହାଯାଇଛି।

ଗାଇଡ୍‌ଲାଇରେ ଥିବା ସୂଚନା ଅନୁସାରେ, ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ ସରକାରୀ କର୍ମଚାରୀମାନେ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମ୍ର ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ତେବେ କର୍ମଚାରୀମାନେ କେବଳ ୧୫ ଲକ୍ଷ ଟଙ୍କା ଭିତରେ ଇ-ଯାନ କିଣିବେ ତା ଠାରୁ ଅଧିକ ନୁହେଁ।

ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ତେବେ କେବଳ ଗୋଟିଏ ଗାଡ଼ି ପାଇଁ ଏହି ଆଡଭାନ୍ସ ମିଳିପାରିବେ। ଆଗୁଆ ନେଇଥିବା ଋଣକୁ କର୍ମଚାରୀ ୧୦୦ କିସ୍ତିରେ ପରିଶୋଧ କରିପାରିବେ। କିସ୍ତି ତାରିଖ ପୂର୍ବରୁ ଚାହିଁଲେ ବି ଋଣ ପରିଶୋଧ କରି ହେବେ।

Leave A Reply

Your email address will not be published.