Latest Odisha News

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ତୋଜେ ଏକଥାକୁ ଅସ୍ୱୀକାର କରିବା ସହ ଏହା ଏକ ଗୁଜବ ଖବର ବୋଲି କହିଛନ୍ତି।

ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମୋଦୀ ନେବେଲ ପୁରସ୍କାର ପାଇଁ ହକ୍‌ଦାର ଖବର ସମ୍ପୂର୍ଣ୍ଣ ଗୁଜବ। ଏକ ମିଛ ଟ୍ୱିଟ୍‌ ସମସ୍ତଙ୍କ ପାଖରେ ଘୁରୁବୁଲୁଛି। ତେଣୁ ଏହି କଥାକୁ ଅଧିକ ଗୁରୁତ୍ୱ ଦେବା ଠିକ୍ ନୁହେଁ। ମୁଁ ସ୍ପଷ୍ଟ ଭାବରେ କହୁଛି ଯେ ମୁଁ ଏଭଳି କୌଣସି କଥା କହି ନାହିଁ।

ସେହିପରି ତାଙ୍କର ଭାରତ ଗସ୍ତକୁ ନେଇ ତୋଜେ କହିଛନ୍ତି “ମୁଁ ନରୱେ ନୋବେଲ୍ କମିଟି ଉପାଧ୍ୟକ୍ଷ ଭାବେ ଭାରତକୁ ଆସି ନାହିଁ। ମୁଁ କେବଳ ଅନ୍ତର୍ଜାତୀୟ ଶାନ୍ତି ଓ ବୁଝାମଣା କ୍ଷେତ୍ରରେ ନିର୍ଦ୍ଦେଶକ ଭାବେ ଓ ଭାରତର ବନ୍ଧୁ ଭାବେ ଏଠାକୁ ଆସିଛି।”

ତେବେ ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଥିଲେ ଯେ ବର୍ତ୍ତମାନ ସମୟ ଯୁଦ୍ଧର ନୁହେଁ।  ଏକଥାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ତୋଜେ।  ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ କରିବା ଉଚିତ୍ ନୁହେଁ ବୋଲି ଭାରତ ସଂକେତ ଦେଇଥିଲା। ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି କଥା ପାଇଁ ସାରା ବିଶ୍ୱ ତାଙ୍କ ସମର୍ଥନରେ ରହିଛି। ଭାରତ ହିଁ ଋଷକୁ ପରମାଣୁ ଅସ୍ତ୍ର ପ୍ରୟୋଗର ପରିମାଣ ବିଷୟରେ ଚେତାଇଥିଲା ବୋଲି ତୋଜେ କହିଛନ୍ତି। କାହାକୁ ନ ଧମକେଇ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ପାଇଁ ମୋଦୀ ଆହ୍ୱାନ ଦେଇଥିଲେ ବୋଲି ସେ କହିଛନ୍ତି।

ଭାରତର ଆଭିମୁଖ୍ୟକୁ ନେଇ ତୋଜେ କହିଛନ୍ତି “ଭାରତ କେବେ ଉଚ୍ଚା ସ୍ୱରରେ କାହାକୁ କିଛି କହି ନାହିଁ କି କାହାକୁ ଧମକାଇ ନାହିଁ। ଏକ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ କରି ଭାରତ ତା ପକ୍ଷ ରଖିଛି। ଭାରତ ବିଶ୍ୱର ପ୍ରଥାମିକ ଶକ୍ତିମାନଙ୍କ ମଧ୍ୟରୁ ଜଣେ। ଅନ୍ତର୍ଜାତୀୟ ରାଜନୀତିରେ ଏବେ ଏହାର ଅବଶ୍ୟକତା ରହିଛି”

Leave A Reply

Your email address will not be published.