Latest Odisha News

ଗଧର ସୁମଧୁର ସ୍ୱର ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ କିମ୍ବା ଏତେ ମଜାଳିଆ ହୋଇଥାଏ ଯେ, ସେଗୁଡିକ ଦେଖିବାବେଳେ ଆପଣ ନ ହସି ରହିପାରିବେ ନାହିଁ । ଆପଣଙ୍କୁ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ,ଯ।।ହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ ।

ଅପାଠୁଆ ଓ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଲୋକେ ଗଧର ଆଖ୍ୟା ଦେଇଥାନ୍ତି । କେବଳ ଏତିକି ନୁହେଁ, ଗଧର ସ୍ୱର ମଧ୍ୟ ଏତେ ଅଦ୍ଭୁତ ଯେ କେହି ଏହାକୁ ଶୁଣିବାକୁ ଚାହାଁନ୍ତି ନାହିଁ । କିନ୍ତୁ ଏବେ ଗଧକୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ତାହାକୁ ଦେଖିଲେ ସମସ୍ତଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର ହୋଇଯିବ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ଗଧ ସୁମଧୁର ସ୍ୱରରେ ଗୀତ ଗାଉଛି । ଏହି ଭିଡ଼ିଓ ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.