Latest Odisha News

ଲରେନ୍ସଙ୍କ ଧମକକୁ ଖାତିର କରୁ ନାହାନ୍ତି ସଲମାନ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ସଲମାନ ଖାଁଙ୍କୁ ଧମକ ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ଏଥିପାଇଁ ସେମାନେ ପୋଲିସର ସହାୟତା ମଧ୍ୟ ମଗାଇଛନ୍ତି । ତେବେ ସଲମାନ ଏହି ଧମକକୁ ଖାତିର କରୁ ନାହାନ୍ତି । ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ ସେ ମୁକ୍ତ ଭାବେ ବଂଚିବାକୁ ଚାହାନ୍ତି । କାହାର ଧମକ ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରେ ନାହିଁ । ଏପରିକି ଘରେ ଅତିରିକ୍ତ ପୋଲିସ ସୁରକ୍ଷା ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । କୃଷ୍ଣସାର ମୃଗ ହତ୍ୟା ମାମଲାରେ ଏବେ ବି ବିଶ୍ନୋଇ ସମ୍ପ୍ରଦାୟ ତାଙ୍କ ଉପରେ ଅସନ୍ତୁଷ୍ଟ । ସେ କ୍ଷମା ନ ମାଗିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଲରେନ୍ସ କହିଛନ୍ତି ।

ସଲମାନଙ୍କ ଆଗାମୀ ଫିଲ୍ମ କିସି କେ ଭାଇ କିସି କେ ଜାନର ଶୁଟିଂ ଶେଷ ହୋଇଯାଇଛି । ସେ ଏହାର ପ୍ରଚାର ପ୍ରସାର କିପରି କରିବେ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ସଲମାନ ଯେପରି ବାହାରକୁ କମ ଯାଇ ଏହାର ପ୍ରଚାର କରିବେ ସେ ନେଇ ମେକର୍ସଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ସଲମାନ ମୁମ୍ବାଇ ଫେରିବା ପରେ ସେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବେ ।

Leave A Reply

Your email address will not be published.