Latest Odisha News

BREAKING NEWS

‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଖୁବଶୀଘ୍ର ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏନେଇ ତାଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ଖୁବ୍‌ଶୀଘ୍ର ଧର୍ମେନ୍ଦ୍ର ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ।

ଧର୍ମେନ୍ଦ୍ରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତାଙ୍କ ସାନ ପୁଅ ବବି ଦେଓଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବବି କହିଛନ୍ତି ଯେ, ଯେତେବେଳେ ବାପା ଫିଲ୍ମର ସେଟ୍ ପରିଦର୍ଶନ କରନ୍ତି ତାଙ୍କ ମୁହଁରେ ଖୁସି ଦେଖାଯାଇଥାଏ । ଦୀର୍ଘ ୫ ବର୍ଷ ପରେ ସେ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ । ସେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ଏତେ ବର୍ଷ ପରେ ବାପା ଫିଲ୍ମ ଦୁନିଆକୁ ଫେରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବବି । ସେ ଆହୁରି କହିଛନ୍ତି ମୁଁ ବହୁତ ଉତ୍ସାହିତ ଅଛି । ବାପାଙ୍କୁ ଏବେ ୮୭ ବର୍ଷ ବୟସ । ତାଙ୍କ ବୟସରେ କାମ ପାଇବା ଏତେ ସହଜ ନୁହେଁ । କିନ୍ତୁ ଯେତେବେଳେ ବି ସେ କାମକୁ ଯାଆନ୍ତି, ମୁଁ ତାଙ୍କ ମୁହଁରେ ଖୁସି ଦେଖେ ।

୨୦୧୮ ମସିହାରେ ଧର୍ମେନ୍ଦ୍ରଙ୍କୁ ଫିଲ୍ମ ‘ୟାମଲା ପାଗଲା ଦେୱାନା’ରେ ଶେଷ ଥର ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବବି ଦେଓଲ ଏବଂ ସନି ଦେଓଲ ମଧ୍ୟ ତାଙ୍କ ସହ କାମ କରିଥିଲେ ।

Leave A Reply

Your email address will not be published.