Latest Odisha News

BREAKING NEWS

ଜୟନାରାୟଣଙ୍କ ମାନସିକ ଦୋଷ ଅଛି, ଟ୍ରିଟମେଣ୍ଟ୍ ଆବଶ୍ୟକ : ଲତିକା

ଭୁବନେଶ୍ୱର : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ବୋଲି ଶୁଣାଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଶାସକ ଦଳ ବିଧାୟକ ଅମର ଶତପଥୀଙ୍କ ପରେ ପୁଣି ସମାନ ଢଙ୍ଗରେ ଜୟନାରାୟଣ ମିଶ୍ରଙ୍କୁ 5-T ର ଭୂତ ଲଗା ଭୂମିକାକୁ ଭିଡିଛନ୍ତି ଲତିକା। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କର ମାନସିକ ଭ୍ରମ ସୃଷ୍ଟି ହେଉଥିବା ଓ ତାଙ୍କର ମାନସିକ ଦୋଷ ଥିବା କହିବାକୁ ପଛାଇ ନାହାନ୍ତି ଲତିକା । ଗଣମାଧ୍ୟମ ଆଗରେ କଟାକ୍ଷ କରି କହିଛନ୍ତି, ତାଙ୍କର ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି । ସେ ଚାହିଁଲେ, ଆମେ ତାଙ୍କୁ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ।

ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲାବେଳେ 5-Tର ଭୂମିକା ଓ କାର୍ଯ୍ୟଶୈଳୀକୁ ଭୁରିଭୁରି ପ୍ରଶଂସା କରିଥିଲେ ବିଧାୟିକା ଲତିକା ପ୍ରଧାନ । କହିଥିଲେ 5-T ପ୍ରଭାବରେ ରାଜ୍ୟର କାୟା ପରିବର୍ତ୍ତନ ହେବାରେ ଲାଗିଛି, ଲୋକଙ୍କ ଯାହା ଆବଶ୍ୟକତାକୁ ବୁଝିବାକୁ ଉଦ୍ୟମ କରୁଛି 5-T ।

Leave A Reply

Your email address will not be published.