Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ କରିବାପାଇଁ ନିରୂ ଚା’ କପ୍‌କୁ ସାମାନ୍ୟ ଶବ୍ଦ କରି ଟି’ପୟ ଉପରେ ରଖି ମୁରୁକି ହସିଲା । ପଦ୍ମିନୀ ପ୍ରକୃତିସ୍ଥ ହୋଇ ମୁହଁରେ ସରସତା ଆଣିବାକୁ ଚେଷ୍ଟା କଲା ।

ସେଦିନ ଘରକୁ ଫେରି ସରୋଜଙ୍କୁ ଗଂଭୀର ଭାବେ ବସିଥିବା ଲକ୍ଷ୍ୟ କରି ପଦ୍ମିନୀ କିଛିକ୍ଷଣ ପାଇଁ ଆନମନା ହୋଇ ଉଠିଲା । ସେ ଭିତରକୁ ଯିବା ପୂର୍ବରୁ ସରୋଜ ତାକୁ ଅଟକାଇଲେ । ତାଙ୍କ କଣ୍ଠରେ ଦୃଢ଼ତା ଥିଲା- ମତେ ଏଥର ଯିବାକୁ ଦିଅ ପଦ୍ମିନୀ… ।

ପଦ୍ମିନୀ ଚମକି ପଡ଼ିଲା । ସରୋଜ ବି କେଉଁଠୁ କିଛି ଶୁଣିଲେ କି ? ଯଦିଚ ସେ ଜାଣେ, ତା’ ଘରେ ସରୋଜ କେବଳ ମାତ୍ର ଜଣେ ଅତିଥି । ଦିନେ ନା ଦିନେ ସେ ତାଙ୍କ ବାଟରେ ଚାଲିଯିବେ । ତଥାପି ଏଇ ଅଳ୍ପଦିନର ରହଣି ଭିତରେ ବିଶ୍ୱାସ ସହ ତାଙ୍କର ସଂପର୍କକୁ ନେଇ ସେ ଏତେ ଶୀଘ୍ର ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲା ।

ତଥାପି ସରୋଜ ଯଦି ଯିବା ପାଇଁ ଆଗ୍ରହୀ, ସେ ତାଙ୍କୁ ଅଟକାଇ ପାରିବନି । କିଛିଦିନ ତଳେ ଏକ ଶୁଖିଲାପତ୍ର ଭଳି ସେ ତା’ ଦ୍ୱାରଦେଶରେ ଆସି ପଡ଼ିଥିଲେ । ମାନବିକତାର ଦୁଇ ବଳିଷ୍ଠଭୁଜରେ ସେ ତାଙ୍କୁ ଉଠାଇ ଘର ଭିତରକୁ ଆଣିଥିଲା । ସେତେବେଳେ ତାଙ୍କର ଜୀବନ୍ମୃତ ଅବସ୍ଥା, କ୍ଷୁଧା ଓ ତୃଷାରେ ଜୀର୍ଣ୍ଣଶୀର୍ଣ୍ଣ ଅଙ୍ଗ ଅବୟବ… ଦାରୁଣ ନିୟତିର ନିଷ୍କରୁଣ କଷାଘାତରେ ଅସ୍ଥିର ଚିବୃି । ଏକ ପୀଡ଼ିତ ମଣିଷର ପରିଚୟ ନେଇ ସେ ତା ଦ୍ୱାରଦେଶରେ ପଡ଼ି ରହିଥିଲେ । ସେଇ ସରୋଜ ଆଜି ସୁସ୍ଥ… ବ୍ୟବସ୍ଥିତ ଏବଂ ସକ୍ଷମ । ତେଣୁ ସେ ଫେରିଯିବାକୁ ଚାହୁଁଛନ୍ତି । କିନ୍ତୁ ହଠାତ କୌଣସି ପୂର୍ବ ସୂଚନା ନଥାଇ, ଏ ଭଳି ଗଂଭୀର ଓ ଦୃଢ଼କଣ୍ଠରେ ଚାଲିଯିବାପାଇଁ ସ୍ଥିର ନିଷ୍ପିକୁ ପଦ୍ମିନୀ ବୁଝିବାକୁ ଚେଷ୍ଟା କଲା । ପଚାରିଲା- ହଠାତ୍ ଆପଣଙ୍କର ଏ ନିଷ୍ପି… ?

– ହଠାତ୍ ମୁଁ ବି ଏବେ ଏବେ ଏକ ବିଷ୍ଫୋରକ ମନ୍ତବ୍ୟ ଶୁଣି ଫେରିଛି । ସତ କି ମିଛ ଜାଣେନା । ଯାହା ହେଲେ ବି ମୁଁ ଆଉ ରହିବା ଠିକ୍ ନୁହେଁ । ସରୋଜଙ୍କ କଣ୍ଠରେ ସ୍ପଷ୍ଟତା ଥିଲା ।

 

କ୍ରମଶଃ

 

Leave A Reply

Your email address will not be published.