Latest Odisha News

BREAKING NEWS

ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: ଓଡ଼ିଶା ଡ଼ିଜିପି ପଦବୀରୁ ଗୁରୁବାର ଦିନ ବିକେ ଶର୍ମାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବା ପରେ ଆଇପିଏସ ଅଧିକାରୀ ଆର୍ ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦୁର୍ନୀତି ଉପରେ ରୋକ ଲଗାଇବା ଲାଗି ମଙ୍ଗଳବାର ଦିନ ଲୋକାୟୁକ୍ତ ଚୟନ କମିଟିର ସୁପାରିଶକ୍ରମେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶ୍ରୀ ଶର୍ମାଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ଫେବୃଆରି ୧୪ ତାରିଖରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକାୟୁକ୍ତକୁ ଅନୁମୋଦନ କରି ବିଲ୍ ଗୃହିତ କରିଥିଲା ।

ରାଜ୍ୟରେ ଦୁର୍ନୀତି ରୋକିବା ନିମନ୍ତେ ଏହା ଏପ୍ରିଲ୍ ୮ ତାରିଖରେ କାର୍ଯ୍ୟକାରୀ ହୋଇଛି ।

ଗୌହାଟୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟାଧୀଶ ଅଜିତ କୁମାର ସିଂହ ମାର୍ଚ୍ଚ ମାସରେ ଏହି ୫ ଜଣିଆ କମିଟିର ନେତୃତ୍ୱ ନେଇଛନ୍ତି । ଏଥିରେ ଅନ୍ତର୍ଭୃକ୍ତ ଥିବା ଅନ୍ୟ ୨ଜଣ ସଦସ୍ୟ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ବିକେ ନାୟକ ଏବଂ ପୂର୍ବତନ ଆଇପିଏସ ଅଧିକାରୀ ଦେବବ୍ରତ ସ୍ୱାଇଁ ।

Leave A Reply

Your email address will not be published.