Latest Odisha News

BREAKING NEWS

ଏବେ ବି କ୍ରିକେଟରେ ଚାଲିଛି ମ୍ୟାଚ ଫିକ୍ସିଂ !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅନେକ କ୍ରୀଡା ସମ୍ପୂର୍ଣ୍ଣ ଖେଳୁଆଡ ମନୋଭାବ ନେଇ ଖେଳାଯାଉନି । ଏବେ ବି ଅନେକ ମ୍ୟାଚରେ ମ୍ୟାଚ ଫିକ୍ସିଂ ସମେତ ଅନ୍ୟ ଭ୍ରଷ୍ଟାଚାର କାର୍ଯ୍ୟ ଚାଲିଛି । ସ୍ପୋର୍ଟ୍ସ ରାଡାର ଇଂଟିଗ୍ରିଟି ସର୍ଭିସେଜ ପକ୍ଷରୁ ଜାରୀ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ୨୦୨୨ରେ ୯୨ ଦେଶରେ ୧୨ଟି ଖେଳରେ ୧୨୧୨ ମ୍ୟାଚ ନେଇ ସନ୍ଦେହ ରହିଛି । ଏଥିରେ ଫୁଟବଲରେ ସର୍ବାଧିକ ୭୭୫ ମ୍ୟାଚରେ ଦୁର୍ନୀତି ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ବାସ୍କେଟବଲର ୨୨୦ ମ୍ୟାଚ ଓ ଲନ ଟେନିସ ୭୫ ମ୍ୟାଚର ଫଳାଫଳ ନେଇ ସନ୍ଦେହ ରହିଛି । ସେହିପରି ୧୩ଟି କ୍ରିକେଟ ମ୍ୟାଚରେ ଫିକ୍ସିଂ ହୋଇଥିବା ଆଶଙ୍କା ରହିଛି ।

ତେବେ କେଉଁ ସବୁ ମ୍ୟାଚ ନେଇ ଏହି ସନ୍ଦେହ ରହିଛି ତାହା ସ୍ପଷ୍ଟ କରାଯାଇ ନାହିଁ । ହ୍ୟାଣ୍ଡବଲ ଓ ଫୁଟସଲ ମ୍ୟାଚରେ ସର୍ବାଧିକ ଦୁର୍ନୀତି ହୋଇଥିଲେ ମଧ୍ୟ ଏହାକୁ ଏତେଟା ଗୁରୁତ୍ୱ ଦିଆଯାଇ ନାହିଁ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପୁନର୍ବାର ବିଭିନ୍ନ କ୍ରୀଡା ସହିତ ସଂଶ୍ଲିଷ୍ଟ ଆସୋସିଏଶନ ସତର୍କ ହୋଇ ଉଠିଛନ୍ତି ।

Leave A Reply

Your email address will not be published.