Latest Odisha News

BREAKING NEWS

କୋହଲି କାହିଁକି ପିନ୍ଧନ୍ତି ୧୮ ନମ୍ବର ଜର୍ସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ନିଜ ଖେଳ ମାଧ୍ୟମରେ ସେ ସାରା ବିଶ୍ୱରେ ପରିଚିତ । ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ସେ ୨୫ ହଜାରରୁ ଅଧିକ ରନ ସଂଗ୍ରହ କରି ସାରିଛନ୍ତି । ମାତ୍ର ୫ଜଣ ଖେଳାଳି ଏହି କୀର୍ତିମାନ କରି ପାରିଛନ୍ତି । ୧୦ ହଜାରରୁ ଅଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ବିରାଟଙ୍କ ଆଭରେଜ ସମସ୍ତଙ୍କଠାରୁ ଅଧିକ । ତେବେ ବିଶ୍ୱର ଏହି ଏକ ନମ୍ବର ଖେଳାଳି କାହିଁକି ପିନ୍ଧନ୍ତି ୧୮ ନମ୍ବର ଜର୍ସି ? ଏହା ବିଷୟରେ ଜାଣିଲେ ଆପଣମାନେ ମଧ୍ୟ ଭାବୁକ ହୋଇଯିବେ । କୋହଲିଙ୍କ ନେତୃତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ମଧ୍ୟ ଜିତିଛି । ୨୦୦୬ ନଭେମ୍ବର ୧୮ରେ ବିରାଟଙ୍କ ବାପା ପ୍ରେମ କୋହଲିଙ୍କ ପରଲୋକ ହୋଇଥିଲା । ଯେଉଁ ଦିନ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ସେହି ଦିନ ସେ ରଣଜୀ ଟ୍ରଫି ମ୍ୟାଚ ଖେଳୁଥିଲେ ।

ବାପାଙ୍କ ମୃତ୍ୟୁ ଖବର ଶୁଣିବା ସତ୍ୱେ କୋହଲି ଧୈର୍ଯ୍ୟ ଧରିଥିଲେ । ତାଙ୍କର ୯୦ ରନର ଇନିଂସ ବଳରେ ଦିଲ୍ଲୀ ସେହି ଦିନ ଫଲୋଅନ ହେବାରୁ ବର୍ତି ଯାଇଥିଲା । ଏହା ପରେ ସେ ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ । ବିରାଟଙ୍କ ବାପାଙ୍କ ବଡ ସ୍ୱପ୍ନ ଥିଲା ମୋ ପୁଅ ଆନ୍ତର୍ଜାତୀୟ କ୍ରିକେଟରେ ନାମ କରୁ । ତାଙ୍କ ସ୍ୱପ୍ନ ସାକାର ହୋଇଥିଲେ ମଧ୍ୟ ସେ କିନ୍ତୁ ଏହାକୁ ଉପଭୋଗ କରିପାରି ନ ଥିଲେ । ବାପାଙ୍କୁ ସର୍ବଦା ମନେ ପକାଇବା ଏବଂ ପାଖରେ ରଖିବା ପାଇଁ କୋହଲି ତାଙ୍କ ଜର୍ସିରେ ୧୮ ଲେଖିଥାନ୍ତି ।

Leave A Reply

Your email address will not be published.