Latest Odisha News

BREAKING NEWS

ବରଫରେ ଆଚ୍ଛାଦିତ ହେଲା କାର

ନ୍ୟୁୟର୍କ: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ଆଧାରରେ କେଉଁଠି ପ୍ରବଳ ଖରା ତ ଆଉ କେଉଁଠି ଦିନର ତାପମାତ୍ରା -୩୦ ଡ଼ିଗ୍ରୀ ତଳକୁ ଖସୁଛି । ନ୍ୟୁୟର୍କରେ ତାପମାତ୍ରା ଏତେ ତଳକୁ ଖସିଛି ଯେ, ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏଠି ବରଫ ଝଡ଼ ଦେଖିବାକୁ ମିଳୁଛି । ଏମିତି କି ଘର ବାହାରେ ଯେ କୌଣସି ସାମଗ୍ରୀ ରଖିଲେ ତାହା କିଛି ଘଣ୍ଟା ଭିତରେ ବରଫ ପାଲଟିଯାଉଛି । ଏବେ ସୋସିଆଲ ମିଡିଆରେ ଏପରି ଏକ ବରଫ ଆଚ୍ଛାଦିତ କାର ଫଟୋ ଓ ଭିଡ଼ିଓ ଘୂରିବୁଲୁଛି, ଯାହା ସମ୍ପୂର୍ଣ୍ଣ ବରଫ ଆଚ୍ଛାଦିତ । ଏହାକୁ ଦେଖିଲା ପରେ ଲୋକଙ୍କ କମେଣ୍ଟ କେବେ ସୁଦ୍ଧା ସ୍ଥିତି ସୁଧୁରିବ ।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନ୍ୟୁୟର୍କର ହାମ୍ ବର୍ଗ ଅଞ୍ଚଳରେ ରହିଥିବା ଏକ ହ୍ରଦ ନିକଟରେ ଥୁଆ ହୋଇଛି ଏକ କାର । ପ୍ରାୟ ଗୋଟେ ସପ୍ତାହ ଧରି ଏହା ଉପରେ ବରଫର ଏକ ମୋଟା ଆସ୍ତରଣ ପଡ଼ିଯାଇଛି, ଯାହା କମ୍ବଳରେ କାର ଘୋଡ଼ା ହୋଇଥିବା ଭ୍ରମ ସୃଷ୍ଟି କରୁଛି । ଏବେ ଜଳବାୟୁ ପରିବର୍ତ୍ତନ ଆଧାରରେ ନ୍ୟୁୟର୍କରେ ତାପମାତ୍ରା ହ୍ରାସ ପାଇବା ପରେ ଏଠାରେ ଝଡ଼ ପବନ ଆରମ୍ଭ ହୋଇଯାଇଥାଏ । ଫଳରେ ଛିଡ଼ା ହୋଇଥିବା ଏହି କାର ଉପରେ ମୋଟା ବରଫର ଆସ୍ତରଣ ଜମିଯାଇଛି ।

Leave A Reply

Your email address will not be published.