ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇପିଏଲ ୨୦୨୩ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ୩୪ ବର୍ଷୀୟ କୋହଲ ତାଙ୍କ ହାତରେ ଏକ ନୂଆ ଟାଟ୍ଟୁ କରିିଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ମିଶାଇ କୋହଲିଙ୍କ ଶରୀରରେ ୧୨ଟି ଟାଟ୍ଟୁ ରହିଛି । ବାଙ୍ଗାଲୋର ଟିମ ପକ୍ଷରୁ କୋହଲି ୨୨୩ ମ୍ୟାଚ ଖେଳି ସାରିଛନ୍ତି । ଆଇପିଏଲର ପ୍ରଥମ ସଂସ୍କରଣରୁ ସେ ବାଙ୍ଗାଲୋର ଟିମ ସହିତ ଜଡିତ ଅଛନ୍ତି । ୨୦୨୧ ସିଜନରୁ ସେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉ ନାହାନ୍ତି ।
ପ୍ରତ୍ୟେକ ସଂସ୍କରଣରେ ଆମ ଦଳ କିପରି ଟାଇଟଲ ଜିତିବ ସେ ନେଇ ଉତ୍ସାହିତ ରହିଥାଉ । ମାତ୍ର ଭାଗ୍ୟ ସହାୟ ନ ହେବାରୁ ଆମେ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରି ନାହୁଁ ବୋଲି ସେ କହିଛନ୍ତି । ଶନିବାର ବଲିଉଡର ଜଣେ ଲୋକପ୍ରିୟ ଫଟୋଗ୍ରାଫର କୋହଲିଙ୍କ ଟାଟ୍ଟୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ପ୍ରଶଂସକମାନେ ଏହି ନୂଆ ଟାଟ୍ଟୁ ବାଙ୍ଗାଲୋର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ।
Comments are closed.