Latest Odisha News

BREAKING NEWS

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖିତ ଜରୀନ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ସେ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି । ରବିବାର ୪୮ରୁ ୫୦ କିଗ୍ରା ବିଭାଗର ଫାଇନାଲରେ ନିଖତ ଭିଏତନାମର ନ୍ୟୁଗେନ ଥୀ ତାମଙ୍କୁ ୫-୦ରେ ପରାସ୍ତ କରିଥିଲେ । ପ୍ରଥମ ରାଉଣ୍ଡରେ ସେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୫-୦ର ଅଗ୍ରଣୀ ହାସଲ କରି ନେଇଥିଲେ । ଦ୍ୱିତୀୟ ରାଉଣ୍ଡରେ ନ୍ୟୁଗେନ କିଛିଟା ସଂଘର୍ଷ କରିଥିଲେ । ମାତ୍ର ତୃତୀୟ ରାଉଣ୍ଡରେ ନିଖତଙ୍କ ଏକ ଜୋରଦାର ପଂଚ ଭିଏତନାମ ବକ୍ସରଙ୍କୁ ମାରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ରେଫରୀ ନ୍ୟୁଗେନଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହା ପରେ ସର୍ବସମ୍ମତି କ୍ରମେ ଭାରତୀୟ ବକ୍ସରଙ୍କୁୂ ବିଜୟୀ ଘୋଷିତ କରାଯାଇଥିଲା ।

ଚଳିତ ସଂସ୍କରଣରେ ଭାରତର ୩ଜଣ ବକ୍ସର ଏ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲଭଲିନ ବୋରେଗେହନ ଚତୁର୍ଥ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଆଉ କିଛି ସମୟ ପରେ ଅବତୀର୍ଣ୍ଣ ହେବେ । ନିଖତ ଭାରତର ପ୍ରଥମ ମହିଳା ବକ୍ସର ଭାବେ ଏହି ଚାମ୍ପିୟନଶିପରେ କ୍ରମାଗତ ୨ ଥର ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.