Latest Odisha News

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜ: ଇତିହାସ ରଚିଲେ ଓଡିଆ ଝିଅ ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନ ଇତିହାସ ରଚିଛନ୍ତି । ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ସେ ପ୍ରଥମ ଓଡିଆ ଖେଳାଳି ଭାବେ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ତାମିଲନାଡୁର ସବିତା ଭୁବନେଶ୍ୱରନଙ୍କୁ ୬-୧, ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨ଟି ଯାକ ମୁକାବିଲାରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ କୌଣସି ସୁଯୋଗ ଦେଇ ନ ଥିଲେ । ସାନିଆ ମିର୍ଜା ଟେନିସ ଏକାଡେମୀରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଥିଲା । ଡବଲ୍ସ ବିଭାଗରେ ସେ ମହାରାଷ୍ଟ୍ରର ହ୍ରିତିକା କାପେଲଙ୍କ ସହ ଖେଳି ରନର୍ସଅପ ହୋଇଛନ୍ତି ।

ଗତ ମାସରେ ଆହାନ ଏଠାରେ ଅନୁଷ୍ଠିତ ଆଇଟା ମିଟରେ ୧୪ ବର୍ଷରୁ କମ ବିଭାଗରେ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଆ ଛୁଟିବାରେ ଲାଗିଛି । ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଏ ନେଇ ଟୁଇଟ କରାଯାଇ ଅଭିନନ୍ଦନ ଜଣାଯାଇଛି । ଏପ୍ରିଏ ୨୪ରେ ଆହନ ୧୩ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.