Latest Odisha News

ଗ୍ଲାମରସ୍ ମହିଳା କରୁଛନ୍ତି ଇଲେକ୍ଟି ମରାମତି କାମ

ଇଂଲଣ୍ଡ: ଆଜିର ସମୟରେ ଉଭୟ ପୁରୁଷ ଏବଂ ମହିଳା ସମସ୍ତ ପ୍ରକାର କାର୍ଯ୍ୟ କରିଥାନ୍ତି । କିନ୍ତୁ ଆଜି ବି ସମାଜରେ ଏପରି କାର୍ଯ୍ୟ ଅଛି ଯାହା କେବଳ ପୁରୁଷଙ୍କ ଦ୍ୱାରା କରାଯାଇଥାଏ । ଯେତେବେଳେ ମହିଳା ସେହି କାର୍ଯ୍ୟଗୁଡିକ କରୁଥିବା ଦେଖାଯାଏ, ସେତେବେଳେ ଆଲୋଚନା ଆରମ୍ଭ ହୋଇଯାଏ । ଇଂଲଣ୍ଡରେ ଏପରି ଜଣେ ମହିଳା ଯିଏ ଇଲେକ୍ଟ୍ରି କାମ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଇଂଲଣ୍ଡର ବ୍ଲାକପୁଲରେ ରୁହନ୍ତି ଜୋର୍ଡିନ ମାଭ୍ରୋମାଟିସ୍ । ବୟସ ମାତ୍ର ୨୬ ବର୍ଷ । ଦେଖିବାକୁ ବହୁତ ସୁନ୍ଦର । ଠିକ୍ ମଡ଼େଲ ପରି । ସେ ଏକ ବୀମା କମ୍ପାନୀରେ ଚାକିରି କରିଥିଲେ । କିନ୍ତୁ ଚାକିରି ଛାଡ଼ି ଇଲେକ୍ଟ୍ରିସିଆନ୍ ହେବାକୁ ନିଷ୍ପତ୍ତି ନେଲେ । ସେଥିଲାଗି ସେ ଇଲେକ୍‌ଟ୍ରୋନିକ୍ସ ପାଠ୍ୟକ୍ରମରେ ନାମ ଲେଖାଇଲେ । ଜୋର୍ଡ଼ିନ କୁହନ୍ତି, ମୁଁ ଯେତେବେଳେ କଲେଜ ଗଲି ମୋତେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । କାରଣ କ୍ଲାସରେ ମୁଁ ଏକମାତ୍ର ଝିଅ ଥିଲି । ଅନ୍ୟପିଲାଙ୍କ ବ୍ୟବହାର ବି ମୋତେ ଠିକ୍ ଲାଗୁ ନ ଥିଲା । ପାଠ୍ୟକ୍ରମ କିପରି ଶେଷ କରିବି ତାକୁ ନେଇ ଚିନ୍ତିତ ହୋଇ ପଡ଼ିଲି । ପରେ ନିଜ ଭିତରେ ସାହସ ଜୁଟାଇ ପାଠ୍ୟକ୍ରମ ଶେଷ କଲି । ଏବେ ଭଲ ଇଲେକ୍ଟ୍ରିସିଆନ ଭାବେ ପରିଚିତ ହୋଇପାରିଛି ।
ଏହାବ୍ୟତୀତ ଜୋର୍ଡ଼ିନ୍‌ଙ୍କର ଗ୍ଲାମରସ୍ ଲୁକ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି । ମଡ଼େଲ ପରି ଭିନ୍ନ ଭିନ୍ନ ପୋଜର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଯେତେବେଳେ ଲୋକମାନେ ତାଙ୍କ ଗ୍ଲାମରସ ଲୁକ୍ ଏବଂ ଇଲେକ୍ଟ୍ରି କାମ କରୁଥିବାର ଫଟୋ ଓ ଭିଡ଼ିଓ ଦେଖନ୍ତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଜୋର୍ଡ଼ିନ୍ କୁହନ୍ତି, ଲୋକଙ୍କ ଧାରଣା କେବଳ ପୁରୁଷମାନେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । କାମ ଉପରେ ମଧ୍ୟ ମୋତେ ଅନେକ କଥା ଶୁଣିବାକୁ ପଡ଼ିଥାଏ । ସେ କଥାକୁ ମୁଁ ଗୁରୁତ୍ୱ ନ ଦେଇ ଆଗକୁ ବଢେ ।

Leave A Reply

Your email address will not be published.