Latest Odisha News

BREAKING NEWS

ବଦଳିବ ଏନସିଆରଟିର ଦଶମରୁ ଦ୍ୱାଦଶ ଶ୍ରେଣୀ ପୁସ୍ତକ: ହଟିଯିବ ଏହି ସବୁ ବିଷୟ

ନୂଆଦିଲ୍ଲୀ: ନାଶନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ର ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ ବଦଳିଛି। ଦ୍ୱାଦଶ ଶ୍ରେଣୀର ପୁସ୍ତକରୁ ଅନେକ ବିଷୟକୁ ହଟାଇ ଦିଆଯାଇଛି । ବିଶେଷ କରି ଇତିହାସ, ନାଗରିକ ବିଜ୍ଞାନ, ହିନ୍ଦୀ ସିଲାବସରେ ପରିବର୍ତ୍ତନ କରାଯାଇଛି ।

ଏନସିଆରଟି ଅନୁଯାୟୀ ନାଗରିକ ବିଜ୍ଞାନ ପୁସ୍ତକରୁ ‘ଦ  କୋଲ୍ଡ ୱାର ଏାର’ ଏବଂ ‘ୟୁଏସ ହିଜେମନି ଇନ ୱାର୍ଲଡ ପଲିଟିକ୍ସ’ ବିଷୟ ହଟାଇ ଦିଆଯାଇଛି । ସେହିପରି ଇତିହାସ ପୁସ୍ତକର ଥିମ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି-ପାର୍ଟ-୨ରୁ ମୋଗଲ ସାମ୍ରାଜ୍ୟ ସହ ଜଡିତ ଚାପ୍ଟର ମୋଗଲ ଦରବାର,  ୧୬ ଏବଂ ୧୭ ଶତାବ୍ଦୀ ବିଷୟକୁ ବି ହଟାଇ ଦିଆ ଯାଇଛି । ସେହିପରି ହିନ୍ଦୀରୁ କିଛି ପାରାଗ୍ରାଫ ଏବଂ କବିତାକୁ ମଧ୍ୟ ହଟାଇ ଦିଆଯାଇଛି । ଏପରି ପରିବର୍ତ୍ତିତ ପୁସ୍ତକ ୨୦୨୩-୨୪ ଶିକ୍ଷା ବର୍ଷରୁ ଲାଗୁ ହେବ ।

ଦ୍ୱାଦଶ ହିନ୍ଦୀରୁ ଆରୋହ ଭାଗ-୨ରେ ଥିବା ଫରାକ ଗୋରଖପୁରୀଙ୍କ ଗଜଲକୁ ହଟାଇ ଦିଆଯାଇଛି । ସେହିପରି ଅନ୍ତରା ଭାଗ-୨ରୁ ସୂର୍ଯ୍ୟକାନ୍ତ ତ୍ରିପାଠୀ ନରାଲାଙ୍କ ଚାପ୍ଟର ଗୀତ ଗାନେ ଦୋ ମୁଝେ କୁ ମଧ୍ୟ ହଟାଇ ଦିଆଯାଇଛି । ସେହିପରି ବିଷ୍ଣୁ ଖରେଙ୍କ ଏକ କାମ ଔର ସତ୍ୟ କୁ ମଧ୍ୟ ହଟାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷେ ଏନସିଆରଟି ଚଳିତ ସେସନ ପାଇଁ ୧୧ ଦଶ ଶ୍ରେଣୀ ପୁସ୍ତକରୁ  ଥିମ୍ସ ଇନ ୱାର୍ଲଡ ହିଷ୍ଟ୍ରିରୁ ତିନୋଟି ଚାପ୍ଟର ହଟାଇ ଦେଇଛି । ଏହି ବିଷୟଗୁଡିକ ହେଲା‘ ସେଣ୍ଟ୍ରାଲ ଇସଲାମିକ ଲ୍ୟାଣ୍ଡସ, ସଂସ୍କୃତିୟୋଂ କା ଟକରାବ’ ଏବଂ ‘ଦ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁଶନ’ ଅଟେ ।  ୧୦ମ ଶ୍ରେଣୀର ପୁସ୍ତକରୁ ଲେକତାନ୍ତ୍ରିକ ରାଜନୀତି-୨ ରୁ ଅନେକ ବିଷୟ ହଟାଇ ଦିଆଯାଇଛି । ହଟାଇ ଦିଆଯାଇଥିବା ବିଷୟ ମଧ୍ୟରେ ରହିଛି ଲୋକ ତନ୍ତ୍ର ଏବଂ ବିବିଧତା, ଲୋକପ୍ରିୟ  ସଂଘର୍ଷ ଏବଂ ଆନ୍ଦୋଳନ, ଲୋକତନ୍ତ୍ର କୀ ଚୁନୌତିୟାଁ ଆଦି ବିଷୟକୁ ହଟାଇ ଦିଆଯାଇଛି ।

 

Comments are closed.