Latest Odisha News

BREAKING NEWS

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା 

ନୂଆପଡ଼ା: ଶିକାର କରିବାରେ ମାତିଛି ବାଘ। ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ ।

ଗତକାଲି ରାତିରେ ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ମାରି ଖାଇଛି ବାଘ । ଏଇ କିଛିଦିନ ମଧ୍ୟରେ ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର ୧୬ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇସାରିଲାଣି ବାଘ । ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍ ହୋଇଥିଲା।

ଗତ ଶନିବାର ରାତିରେ କୋମନା ବ୍ଲକ୍ ବେଲରଦନା ଓ ସିରିଲି ଗାଁର ୨ ବାଛୁରୀକୁ ମାରି ଖାଇଥିଲା ବାଘ । ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବାଛୁରିର ମୃତଦେହ ପଡ଼ିଥିଲା। ସେହିପରି ଆଗରୁ କୋମନା ରେଞ୍ଜ ସିରିଲି ଗାଁରେ ଗୋପୀନାଥ ମାଝୀଙ୍କ ବାଛୁରିକୁ ବାଘ ମାରି ଖାଇଦେଇଥିଲା।

ଏନେଇ ବନ କର୍ମଚାରୀ କେହି ଏକୁଟିଆ ଘରୁ ନବାହାରିବା ସହ ଜରୁରୀ କାମ ପଡ଼ିଲେ ୩ରୁ ୪ ଜଣ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

Comments are closed.