ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ମଙ୍ଗଳବର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଗୁଜରାଟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ଏକଦା ଦିଲ୍ଲୀ ୧୫୦ ସ୍କୋର ଛୁଇଁ ପାରିବ ନାହିଁ ବୋଲି ଲାଗୁଥିଲା । ଅକ୍ଷର ପଟେଲଙ୍କ ଦ୍ରୁତ ୩୬ ରନ ଯୋଗୁ ଦିଲ୍ଲୀ ଏକ ଆଭରେଜ ଟାର୍ଗେଟ ଦେବାରେ ସଫଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ୱାର୍ଣ୍ଣର ୩୭ ଓ ଶର୍ଫରାଜ ଖାଁ ୩୦ ରନର ଇନିଂସ ଖେଳିଥିଲେ ।
ଗୁଜରାଟ ପକ୍ଷରୁ ମହମ୍ମଦ ସାମି ଓ ରଶିଦ ଖାଁ ୩ଟି ଲେଖାଁଏ ୱିକେଟ ନେଇଥିବା ବେଳେ ଅଲଜାରୀ ଜୋସେଫ ୨ଟି ୱିକେଟ ହାସଲ କରିଥିଲେ । ଟସ ଜିତି ଗୁଜରାଟ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ତାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଏଥିରେ ବିଜୟ ହାସଲ କରି ଟ୍ରାକକୁ ଫେରିବାକୁ ଚାହିଁବ । ଅପରପକ୍ଷରେ ଗତ ସଂସ୍କରଣ ଚାମ୍ପିୟନ ଗୁଜରାଟ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ ।
Comments are closed.