Latest Odisha News

BREAKING NEWS

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୫ଟି ସଫ୍ଟୱେର ପାର୍କ

ଭୁବନେଶ୍ୱର: ଦେଶରେ ନୂତନ କରି ଆଉ ୨୨ଟି ସଫ୍ଟୱେର ପାର୍କ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ୫ଟି ସ୍ଥାନରେ ସଫ୍ଟୱେର ପାର୍କ ହେବ ବୋଲି ଜଣାପଡ଼ିଛି । ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ମନ୍ତ୍ରୀ ମାର୍ଚ୍ଚ ୩୧ରେ ସଂସଦରେ ଦେଇଥିବା ତଥ୍ୟ ଅନୁସାରେ, ଓଡ଼ିଶାର- ବାଲେଶ୍ୱର, ସମ୍ବଲପୁର, ଯାଜପୁର, ଅନୁଗୁଳ ଓ କୋରାପୁଟର ଜୟପୁର ଠାରେ ନୂତନ କରି ପ୍ରତିଷ୍ଠା ହେବ ସଫ୍ଟୱେର ପାର୍କ । ଏବେ ଓଡ଼ିଶାର ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ସଫ୍ଟୱେର ପାର୍କ ରହିଛି ।

ସେହିଭଳି ଦେଶରେ ଏବେ ମୋଟ ୬୩ଟି ସଫ୍ଟୱେର ପାର୍କ ରହିଛି ।

Leave A Reply

Your email address will not be published.