ସୁନ୍ଦରଗଡ: ବିଜେଡି ଯୁବନେତାଙ୍କ ସନ୍ଦେହଜନକ ମୃତ୍ୟୁ । ସୁନ୍ଦରଗଡ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ନିଜ ଘରେ ଫ୍ୟାନରେ ବେକରେ ଗାମୁଛା ବାନ୍ଧି ଝୁଲି ପଡି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବ ନେତା ଜଣକ ହେଉଛନ୍ତି ଧୀରଜ ପ୍ରସାଦ । ଆଜି ସକାଳେ ପରିବାର ଲୋକେ ତାଙ୍କୁ ଝୁଲନ୍ତ ଅବସ୍ଥାରେ ଦେଖିବା ପରେ ଖବର ପ୍ରସାରିତ ହୋଇଥିଲା ।
ତେବେ ଧୀରଜ କାହିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ । ଗତକାଲି ସେ ସାଙ୍ଗସାଥୀଙ୍କ ସହ ଖୁସିମଜା କରିଥିଲେ । ସନ୍ଧ୍ୟାରେ ଦଳୀୟ କର୍ମୀଙ୍କ ସହ ଆଲୋଚନା ବି କରିଥିଲେ । ହେଲେ ରାତି ୧୦ଟାରେ ନିଜ ହ୍ୱାଟସଅପରେ ଷ୍ଟାଟସରେ ସରି ଅଲ ଅଫ ୟୁ କହି ଝୁଲି ପଡିଥିଲେ ।
ତେବେ ସେ କାହିଁକି ଏପରି ନିଷ୍ପତ୍ତି ନେଲେ ଜଣା ପଡିନି । ପରିବାର ଲାେକେ ବି ଏ ନେଇ କିଛି କହି ନାହାନ୍ତି । ତେବେ ପ୍ରେମ ବ୍ୟାପାରକୁ ନେଇ ଧୀରଜ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଟାଉନଥାନା ପୋଲିସ ତାଙ୍କ ଗାଁ ଭିତିରିଆ ପଡ଼ାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଖବର ପାଇ ଶହଶହ ବିଜେଡି କର୍ମୀ, ସାଧାରଣ ଜନତା ତାଙ୍କ ଘରେ ପହଞ୍ଚି ଶୋକବ୍ୟକ୍ତ କରିଛନ୍ତି ।
Comments are closed.