ନୂଆଦିଲ୍ଲୀ : ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି ।
ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏ ପର୍ଯ୍ୟନ୍ତ ଉଭୟ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାନ୍ତି। କିନ୍ତୁ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସନ୍ଧୁ ପରିଣୀତି ଓ ରାଘବଙ୍କ ସମ୍ପର୍କ ଉପରେ ମୋହର ଲଗାଇଛନ୍ତି । ସେହିପରି ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ଵିଟ୍ କରି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ଏ ସବୁ ଭିତରେ ଦମ୍ପତିଙ୍କ ନିର୍ବନ୍ଧର ତାରିଖ ମଧ୍ୟ ସାମ୍ନାକୁ ଆସିଛି।
I extend my heartfelt congratulations to @raghav_chadha and @ParineetiChopra. May their union be blessed with an abundance of love, joy, and companionship. My best wishes!!! pic.twitter.com/3fSWVT4evR
— Sanjeev Arora (@MP_SanjeevArora) March 28, 2023
ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରିଣୀତି ଓ ରାଘବ ଏପ୍ରିଲ ୧୦ରେ ନିର୍ବନ୍ଧ କରିପାରନ୍ତି। ଦୁହେଁ ଦିଲ୍ଲୀରେ ଏକ ଇଣ୍ଟିମେଟ୍ ରିଙ୍ଗ୍ ସେରିମନିରେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। କପଲ୍ଙ୍କ ନିର୍ବନ୍ଧ ଉତ୍ସବରେ କେବଳ ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ ।
View this post on Instagram
ଉଲ୍ଲେଖ୍ୟଯୋଗ୍ୟ, ପୂର୍ବରୁ ପରିଣୀତି ଓ ରାଘବଙ୍କୁ ମୁମ୍ବାଇରେ ଲଞ୍ଚ୍ ଏବଂ ଡିନର ଡେଟ୍ରେ ଦେଖିବା ପରେ ସେମାନଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଅନେକ ଥର ବିମାନବନ୍ଦରରେ ଏକାଠି ନଜର ଆସିଥିଲେ।
Comments are closed.