Latest Odisha News

BREAKING NEWS

ଆମ୍ବ ଆଚାର

ଆମ ରନ୍ଧାବଢ଼ାରୁ….

ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪ ଟି, ସୋରିଷ, ପାନମଧୁରୀ, କଳାଜିରା ଧନିଆ, ଜିରା, ଲୁଣ, ଗୁଡ଼, ଶୁଖିଲା ଲଙ୍କା, ସୋରିଷତେଲ, ପଞ୍ଚଫୁଟଣ ଓ ଭିନେଗାର।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆମ୍ବକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତା’ପରେ ତାକୁ ଏକ ଶୁଖିଲା କନାରେ ପୋଛି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ସୋରିଷ ତେଲକୁ ପ୍ରଥମେ ଗରମ କରି ଥଣ୍ଡା ହେବାକୁ ରଖି ଦିଅନ୍ତୁ । ଗୋଟିଏ କଡ଼େଇରେ ଜିରା, ସୋରିଷ, ପାନମଧୁରୀ ଓ ଶୁଖିଲା ଲଙ୍କାକୁ ଅଲଗା ଅଲଗା କରି ଭାଜି ଗୁଣ୍ଡ କରି ରଖନ୍ତୁ। ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ପଞ୍ଚଫୁଟଣ ପକାନ୍ତୁ। କଟା ଆମ୍ବ ଓ ଲୁଣ ପକେଇ ହାଲକା ଆଞ୍ଚରେ ବସାନ୍ତୁ। ମନେ ରଖନ୍ତୁ ପାଣି ଆଦୌ ଦେବେ ନାହିଁ କିଛି ସମୟ ପରେ ଧୀରେ ଧୀରେ ଆମ୍ବରୁ ପାଣି ବାହାରିବା ଆରମ୍ଭ ହେବ । ପାଣି ଶୁଖିଲା ପରେ ସେଥିରେ ଆବଶ୍ୟକ ଅନୁସାରେ ଗୁଡ଼ ପକେଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଆମ୍ବ ସିଝିଲା କି ନାହିଁ ଦେଖି ନିଅନ୍ତୁ। ଅଧା ଶୁଖିଲା ହୋଇଗଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ । ଭଜା ଜିରା, କଳାଜିରା, ପାନମଧୁରୀ, ଧନିଆ ଓ ଲଙ୍କା ଗୁଣ୍ଡ ପକେଇ ଦିଅନ୍ତୁ।

ଆମ୍ବର ମିଶ୍ରଣ ଥଣ୍ଡା ହୋଇଗଲେ ଗୋଟିଏ ଚାମଚ ଭିନେଗାର ଗୋଲେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ଆଚାର। ଏହାକୁ ଅନେକ ଦିନ ପର୍ଯ୍ୟନ୍ତ କାଚଜାରରେ ରଖି ବ୍ୟବହାର କରାଯାଇ ପାରିବ ।

( ଗୁଡ଼ ବଦଳରେ ଚିନି ମଧ୍ଯ ବ୍ୟବହାର କରାଯାଇ ପାରିବ । )

 

Leave A Reply

Your email address will not be published.