Latest Odisha News

BREAKING NEWS

ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଦୁଇ ପୁଅ ବେଙ୍ଗାଲୁରୁରେ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ। ଏକ ହତ୍ୟା ମାମଲାରେ ପୋଲିସ ବାବୁଙ୍କ ଦୁଇ ପୁଅ ତଥା ଅଭିଯୁକ୍ତ ବାସୁଦେବ ଓ ଅନିରୁଦ୍ଧ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଉଭୟ ବେଙ୍ଗାଲୁରୁରେ ରୁହନ୍ତି। କେଶବ ସାମନ୍ତରାୟ କ୍ରାଇମବ୍ରାଞ୍ଚର ଡିଏସପି ରହିଥିବା ସୂଚନା ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସପ୍ତାହକ ତଳେ ସ୍ଥାନୀୟ ବାସିନ୍ଦା ଲୋୟଦ ନେହେମିଆ (Loyd Nehemiya) ନାମକ ଜଣେ ବ୍ୟକ୍ତିଙ୍କ ସହ କେଶବଙ୍କ ଦୁଇ ପୁଅର ଝଗଡ଼ା ହୋଇଥିଲା। ଗଣ୍ଡଗୋଳର ୪ ଦିନ ପରେ ନେହେମିଆଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ବେଙ୍ଗାଲୁରୁ ପୁଲିସ ବାସୁଦେବ ଓ ଅନିରୁଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଅଭିଯୋଗକୁ କେଶବ ସାମନ୍ତରାୟ ଖଣ୍ଡନ କରିବା ସହ ତାଙ୍କ ପୁଅମାନଙ୍କୁ ନେହେମିଆ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି।

ସେ ଦାବି କରିଛନ୍ତି ଯେ ନେହେମିଆ କୌଣସି ସ୍ଥାନରୁ ବାହାରି ଆସି ତାଙ୍କ ପୁଅକୁ ପ୍ରଥମେ ଚାପୁଡ଼ା ମାରିଥିଲେ, ଏହା ପରେ ନେହେମିଆ ତାଙ୍କ ପୁଅର ଆଙ୍ଗୁଠିକୁ କାମୁଡିଦେଇଥିଲେ। ସାମନ୍ତରାୟ ଆହୁରି ମଧ୍ୟ କହିଛନ୍ତି ଯେ ନେହେମିଆଙ୍କ ବିରୋଧରେ ମଧ୍ୟ ତାଙ୍କ ପୁଅ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏମିତିକି କାହିଁକି ଗିରଫ କରାନଗଲା ସେ ନେଇ ଥାନାରେ କେଶବଙ୍କ ପୁଅ ପ୍ରଶ୍ନ ଉଠାଇଥିଲେ ବୋଲି ସେ କହିଛନ୍ତି।

ତେବେ ପୁଅ ବିରୋଧରେ ଧାରା ୩୦୨ ଲାଗିଛି କି ନାହିଁ ସେ ଜାଣିନଥିବା କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Comments are closed.