ନୂଆଦିଲ୍ଲୀ: ଆମେରିକାର ଗୋଟିଏ ପରିବାରରେ ଝିଅ ଜନ୍ମ ହେଉ ନ ଥିଲେ । ୬ ପିଢ଼ୀ ଓ ୧୩୮ ବର୍ଷ ପରେ ଶେଷରେ ସେମାନଙ୍କ ଘରକୁ ଝିଅଟିଏ ଆସିଲା । କନ୍ୟା ସନ୍ତାନ ଜନ୍ମ କରିବା ପରେ ସୋସିଆଲ ମିଡିଆରେ ଏହି ପରିବାର ତାଙ୍କ କାହାଣୀ ଶେୟାର କରିଥିଲେ । ଏବେ ସାରା ବିଶ୍ୱ କନ୍ୟା ସନ୍ତାନଙ୍କୁ ସ୍ୱାଗତ କରିଛି । ଆମେରିକାର ମିଶିଗନରେ ରହୁଥିବା ଆଣ୍ଡ୍ର୍ୟୁଙ୍କ ପରିବାରରେ ୧୮୮୫ରେ ଶେଷ ଥର ପାଇଁ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରିବାରର ଇତିହାସ ଦେଖି ଆଣ୍ଡ୍ର୍ୟୁ ଓ ତାଙ୍କ ପତ୍ନୀ କଲିନ ମଧ୍ୟ ସେମାନଙ୍କର ଝିଅ ହେବ ବୋଲି ଆଶା କରି ନ ଥିଲେ ।
ସେମାନଙ୍କର ପୂର୍ବରୁ ୪ ବର୍ଷର ପୁଅ ଥିଲା । ଯେତେବେଳେ ସେମାଙ୍କର ଝିଅ ହେଲା ଖୁସିରେ ପାଗଳ ହୋଇ ଉଠିଥିଲେ । ଆଣ୍ଡ୍ର୍ୟୁ ପରିବାର ଏ ନେଇ ଏକ ଭବ୍ୟ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ମେଡିକାଲ ସାଇନ୍ସ ଅନୁସାରେ ପୁଅ କିମ୍ବା ଝିଅ ହେବାର ପ୍ରତିଶତ ୫୦ ରହିଥାଏ । ଗୋଟିଏ ପରିବାରର ୬ ପିଢ଼ି ଧରି ଝିଅ ନ ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର କଥା ବୋଲି ଡାକ୍ତରମାନେ କହିଛନ୍ତି ।
Comments are closed.