Latest Odisha News

ବିସିସିଆଇ ଅଧିକାରୀଙ୍କୁ ଏଥର ମିଳିବା ମୋଟା ଅଙ୍କର ଅର୍ଥ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧିକାରୀମାନଙ୍କୁ ଏଥର ମୋଟା ଅଙ୍କର ଅର୍ଥ ମିଳିବ । ରିପୋର୍ଟ ମୁତାବକ ବିସିସିଆଇର ସଭାପତି, ସେକ୍ରେଟାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ଦେଶ କିମ୍ବା ବିଦେଶରେ ଗୋଟିଏ ବୈଠକ ପାଇଁ ୪୦,୦୦୦ ଟଙ୍କା ମିଳିବ । ସେହିପରି ସିଇଓଙ୍କୁ ପ୍ରତ୍ୟେକ ବିଦେଶ ଗସ୍ତ ପାଇଁ ୬୫୦ ଆମେରିକୀୟ ଡଲାର ଓ ଦେଶରେ ୧୫,୦୦୦ ଟଙ୍କା ପ୍ରତ୍ୟେକ ଦିନ ମିଳିବ । ଏଥିରେ ଆଇପିଏଲ ଚେୟାରମ୍ୟାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହା ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ । ବିସିସିଆଇ ଅଧିକାରୀ ପ୍ରତ୍ୟେକ କାର୍ଯ୍ୟ ଦିବସ ଏବଂ ଯାତ୍ରା ପାଇଁ ଅନ୍ୟ ସମସ୍ତ ସୁବିଧା ସୁଯୋଗ ବ୍ୟତୀତ ୩୦,୦୦୦ ଟଙ୍କା ପାଇବେ ।

ଭାରତୀୟ କ୍ରିକେଟର ଉପଦେଷ୍ଟା କମିଟିର ସଦସ୍ୟଙ୍କୁ ପ୍ରତ୍ୟେକ ବୈଠକ ପାଇଁ ୩.୫ ଲକ୍ଷ ଟଙ୍କା ମିଳିବ । ବିଦେଶ ଗସ୍ତ ପାଇଁ ପ୍ରତ୍ୟେକ ଦିନ ପିଛା ୪୦୦ ଡଲାର ପ୍ରଦାନ କରାଯିବ । ପୂର୍ବରୁ ଅଧିକାରୀମାନଙ୍କୁ ବିଦେଶ ଗସ୍ତ ପାଇଁ ୭୫୦ ଡଲାର ଲେଖାଁଏ ମିଳୁଥିଲା । ୭ ବର୍ଷ ପରେ ଏହାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ବିସିସିଆଇ ଏବେ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଧନୀ ବୋର୍ଡ ଭାବେ ବିବେଚିତ ହେଉଛି ।

Comments are closed.