Latest Odisha News

କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ‘କୋଭୋଭାକ୍ସ’ ଟିକାର ବୁଷ୍ଟର୍ ଡୋଜ୍

ନୂଆଦିଲ୍ଲୀ : ଦିନକୁ ଦିନ ଦେଶର ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ସେରମ୍ ଇନଷ୍ଟିଚ୍ୟୁଟର ‘କୋଭୋଭାକ୍ସ’ ଟିକାକୁ ବୁଷ୍ଟର୍ ଡୋଜ୍ ଭାବେ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ କରାଇବା ପାଇଁ ଅନୁମତି ଦେଇଛି ।

BjdElectrycity

ଆଗାମୀ କିଛି ଦିନ ଭିତରେ କୋଭୋଭାକ୍ସ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ଦେଇଛନ୍ତି । ଡୋଜ୍ ପିଛା ଦର ୨୨୫ ଟଙ୍କା ଏବଂ ପ୍ରଯୁଜ୍ୟ ଜିଏସଟି ସହ କୋଭୋଭାକ୍ସ ଉପଲବ୍ଧ ହେବ | ଏହି ଟିକାକୁ ହିଟେରୋଲୋଗସ୍ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯାଇ ପାରିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯଦି ଆପଣ ପୂର୍ବରୁ ‘କୋଭିଶିଲ୍ଡ’ ଅବା ‘କୋଭାକ୍ସିନ’ର ଦୁଇଟି ଟିକା ନେଇସାରିଛନ୍ତି, ତାହେଲେ ମଧ୍ୟ ‘କୋଭୋଭାକ୍ସ’କୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ‘କୋଭୋଭାକ୍ସ’କୁ ହିଟେରୋଲୋଗସ୍ ବୁଷ୍ଟର ଡୋଜ୍ ଭାବେ କୋ-ଓ୍ବିନ୍ ପୋର୍ଟାଲରେ ସାମିଲ କରିବାକୁ ଚିଠି ଲେଖି ଅନୁରୋଧ କରିଥିଲେ ।ଏହା ପୂର୍ବରୁ କେନ୍ଦ୍ରୀୟ ଡ୍ରଗ୍ ନିୟାମକ ପ୍ରାଧିକରଣର ଏକ ବିଶେଷଜ୍ଞ ପ୍ୟାନେଲ୍ ବଜାରରେ ‘କୋଭୋଭାକ୍ସ’ ଲଞ୍ଚ କରିବାକୁ ଅନୁରୋଧ କରିଥିଲା।

 

Leave A Reply

Your email address will not be published.