Latest Odisha News

BREAKING NEWS

ଓଡ଼ିଶାର ସୁବ୍ରତ ଦାସଙ୍କ ସମେତ ୨୦ଜଣଙ୍କୁ ‘ଜାତୀୟ ଯୁବ ପୁରସ୍କାର’

ନୂଆଦିଲ୍ଲୀ: ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି ବିକାଶ ଓ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉକ୍ରୃଷ୍ଟ ଯୋଗଦାନ ଲାଗି ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ କିରେନ ରିଜିଜୁ ବ୍ୟକ୍ତିଗତ (୧୫-୨୯ ବର୍ଷ) ଏବଂ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରିଛନ୍ତି ।

ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଜାତୀୟ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିବ, ସମାଜ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବା, ଭଲ ନାଗରିକ ହେବା ପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଉକ୍ରୃଷ୍ଟ ଯୋଗଦାନକୁ ସ୍ୱୀକୃତି ପ୍ରଦାନ ।

ବ୍ୟକ୍ତିଗତ ପୁରସ୍କାର ସ୍ୱରୂପ ଏକ ମେଡାଲ, ପ୍ରମାଣ ପତ୍ର ଏବଂ ୫୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ସେହିପରି ଯୁବ ସଙ୍ଗଠନ ପୁରସ୍କାର ସ୍ୱରୂପ ଏକ ମେଡାଲ, ଏକ ପ୍ରମାଣ ପତ୍ର ଏବଂ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ଏଥିସହିତ “ଭାରତୀୟ ଯୁବବର୍ଗଙ୍କ ଦୃଷ୍ଟିରେ ଚୀନ-୨୦୧୯” ଶୀର୍ଷକ ଫଟୋ ପ୍ରଦର୍ଶନୀ ପାଇଁ ୩ଟି ବ୍ୟକ୍ତିଗତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ରିଜିଜୁ କହିଥିଲେ ଯେ ଭାରତ ହେଉଛି ଏକ ଯୁବବର୍ଗଙ୍କ ଦେଶ ଏବଂ ଏଥିରେ ଅନେକ ସାମର୍ଥ୍ୟ ରହିଛି । ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ ରହିଛି । ସେମାନେ ହିଁ ଏହାକୁ ସଠିକ ସ୍ୱରୂପ ଦେଇ ପାରିବେ ।

ପୁରସ୍କାର ତାଲିକା:(ବ୍ୟକ୍ତିଗତ ବର୍ଗ) ରୋହିତ କୁମାର କାଶ୍ୟପ (ଉତର ପ୍ରଦେଶ), ବିନିତ ଦେବୀଦାଶ ମାଲପୁରେ (ମହାରାଷ୍ଟ୍ର), ମୋମୋତା ଥୌନାଓଜାମ (ମଣିପୁର), ନିତେଶ କୁମାର ସାହୁ (ଛତିଶଗଡ), ଓଡିରାଜୁ ଭାମଶିକ୍ରିଷ୍ଣା (ତେଲାଙ୍ଗାନା), ପ୍ରିନ୍ସ ସିଙ୍ଘଲ (ଝାଡଖଣ୍ଡ), ଅପୂର୍ବ ଓମ (ଦିଲ୍ଲୀ), ଏଜି ପଦ୍ମନାଭନ (ତାମିଲନାଡୁ), ଓଁକାର ରାଜୀବ ନାଭାଲିହାଲକାର (ମହାରାଷ୍ଟ୍ର), ଗାତେମ ଭେଙ୍କଟେସ (ଆନ୍ଧ୍ର ପ୍ରଦେଶ), କେ କ୍ରିଷ୍ଣା ମୋହନ ସିଙ୍ଘା (ଆସାମ), ପୃଧ୍ୱୀ ଗୋଲା (ଆନ୍ଧ୍ର ପ୍ରଦେଶ), ରାଜୁ ଗୋରାଇ (ପଶ୍ଚିମ ବଙ୍ଗ), ରହୁଲ ଦାବୁର (ହରିୟାନା), ହଂସରାଜ ଖାଟାୱାଲିଆ (ରାଜସ୍ଥାନ), ପ୍ରିତୀଶ କୁମାର (ଉତର ପ୍ରଦେଶ), ମୃତ୍ୟୁଞ୍ଜୟ ଦ୍ୱିବେଦୀ (ଉତର ପ୍ରଦେଶ), ମିତେଶ ଗଜ୍ଜର (ଗୁଜୁରାଟ), ସୁବ୍ରତ କୁମାର ଦାସ (ଓଡିଶା), ମନୁ କାମ୍ବୋଜ (ରାଜସ୍ଥାନ); (ସଙ୍ଗଠନ ବର୍ଗ): ଇକୋ-ପ୍ରୋ ବହୁଦେଶୀୟ ସଂସ୍ଥା, ଚନ୍ଦ୍ରପୁର (ମହାରାଷ୍ଟ୍ର), କେୟାର ଆଣ୍ଡ ସେୟାର ଫାଉଣ୍ଡେସନ (ମଣିପୁର), ସମୁକ୍ରର୍ଷ ଯୁବ ବିକାଶ ନବଯୁବକ ମଣ୍ଡଳ, ରାଜସ୍ଥାନ ।

Leave A Reply

Your email address will not be published.