ଭୁବନେଶ୍ୱର: ଦେଶରେ କମୁଛି ବେକାରୀ ସମସ୍ୟା । ୨୦୧୭ ତୁଳନାରେ ୨୦୨୨ର ବେକାରୀ ସମସ୍ୟା ହାର ହ୍ରାସ ପାଇଛି । ଏକଥା ଆମେ କହୁନୁ । ଏକଥା କହୁଛି ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଷ୍ଟାଟିଟିକ୍ସ ବିଭାଗ ।ଏହି ରିପୋର୍ଟ କହୁଛି, ଦେଶର ଅଧିକାଂଶ ରାଜ୍ୟରେ ନିଯୁ୍କ୍ତି ହାର ବଢିଛି । ହେଲେ ଓଡ଼ିଶାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ଖାଲି ଓଡ଼ିଶା ନୁହେଁ, ଅରୁଣାଚଳ ପ୍ରଦେଶ, ହରିଆଣା,ମେଘାଳୟ, ଉତ୍ତରାଖଣ୍ଡର ପରି ଅନେକ ରାଜ୍ୟରେ ବେକାରୀ ହାର ବଢୁଛି । ଏହି ସବୁ ରାଜ୍ୟରେ ୨୦୧୭ ତୁଳନାରେ ବେକାରୀ ହାର ବଢୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ହେଲେ ଓଡ଼ିଶାରେ ୨୦୧୭-୧୮ ତୁଳନାରେ ଯଦିଓ ବେକାରୀ ହାର କମିଛି ତେବେ ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି । ସେହିପରି ହରିଆଣାରେ ୨୦୧୯-୨୦ ଏବଂ ଏବଂ ୨୦୨୦-୨୧ରେ ଯଦିଓ ବେକାରୀ ସମସ୍ୟା କମିଥିଲା ତେବେ ୨୦୨୧-୨୨ରେ ବେକାରୀ ସମସ୍ୟା ୨୦୧୭-୧୮କୁ ଟପି ଯାଇଛି ।
ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୨୦୧୭-୧୮ରେ ବେକାରୀ ହାର ୭.୧ ଥିବାବେଳେ ୨୦୧୮-୧୯ରେ ଏହା ହ୍ରାସ ପାଇ ୭.୦କୁ ଆସିଥିଲା । ୨୦୨୯-୨୦ରେ ଏହି ହାର ଆହୁରି ହ୍ରାସ ପାଇ୬.୨ ଏବଂ ୨୦୨୦-୨୧ରେ ୫.୩ରେ ପହଞ୍ଚିଥିଲା । ହେଲେ ୨୦୨୧-୨୨ରେ ଏହି ହାର ବୃଦ୍ଧି ପାଇ ୬ରେ ପହଞ୍ଚିଛି । ଦେଶରେ ବେକାରୀ ହାର ଜାତୀୟ ସ୍ତରରେ ୪.୨ରୁ ୪.୧କୁ କମିଥିବାବେଳେ ଓଡ଼ିଶାରେ ଏହା କାହିଁକି ବୃଦ୍ଧି ପାଇଲା ତାହା ସମୀକ୍ଷା କରିବା ବେଳ ଆସିଛି ।
ଆସାମ, ଛତିଶଗଡ, ଝାରଖଣ୍ଡ, କର୍ଣ୍ଣାଟକ ଆଦି ବେକାରୀ ହାର ସମସ୍ୟା କମିବାରେ ଲାଗିଛି । ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜି ନିବେଶ ବଢୁଥିବା କଥା କହୁଥିବାବେଳେ କେନ୍ଦ୍ର ସରକାରଙ୍କର ଏ ସର୍ଭେ ରିପୋର୍ଟରେ ଏ ତଥ୍ୟ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ଯାହା ବି ହେଉ, ଗତ ବର୍ଷ ତୁଳନାରେ ବେକାରୀ ସମସ୍ୟା ଓଡ଼ିଶା ସମେତ ଆନ୍ଧ୍ର, ବିହାର, ଗୋଆ, ହରିଆଣା, ହମାଳଚ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ ଇତ୍ୟାଦି ଅଞ୍ଚଳରେ ବେକାରୀ ହାର ବଢିବାରେ ଲାଗିଛି ।
Comments are closed.