Latest Odisha News

BREAKING NEWS

ଓଲଟି ପଡିଲା ଦେଶୀ ଡ଼ଙ୍ଗା: ୪ ନିଖୋଜ

କୋରାପୁଟ:କୋରାପୁଟରେ ଡଙ୍ଗା ଦୁର୍ଘଟଣା । ଦେଶୀ ଡଙ୍ଗା ବୁଡି ଯାଇ ୪ ଜଣ ନଖୋଜ ହୋଇ ଯାଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ସେମିଳିଗୁଡା ମୁଖିଗୁଡାଇରୁ ।

ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରୁ ୮ ଜଣ ଲୋକ ଏକ ଦେଶୀ ଡଙ୍ଗାରେ ଯାଉଥିଲେ । ସେମାନେ ତେନ୍ତୁଳିପଦର ଆସୁଥିଲେ  । ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ବୁଡ଼ିଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଥିଲା । ହେଲେ ଆଉ ୪ ଜଣଙ୍କ କୌଣସି ପତ୍ତା ମିଳୁନି ।

ସ୍ଥାନୀୟ ରାଜପୁଟ ସରପଞ୍ଚଙ୍କ କହିବା ଅନୁଯାୟୀ, ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଲାଇଛି । ନିଖୋଜଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.