Latest Odisha News

BREAKING NEWS

ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଭୁବନେଶ୍ଵର: ଏ.ଆଇ.ଟି.ୟୁ.ସି.ର ପ୍ରାକ୍ତନ ସାଧାରଣ ସମ୍ପାଦକ ସି.ପି.ଆଇ. ପ୍ରାକ୍ତନ ଜାତୀୟ ପରିଷଦ ସଭ୍ୟ, ସୁସାହିତ୍ୟିକ, ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ପ୍ରବକ୍ତା ସାଥୀ ସୌରୀବନ୍ଧୁ କରଙ୍କ ତୃତୀୟ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରୟାତ ସାଥୀ କରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଏକ ମିନିଟ୍ ନିରବ ଶୋକ ପାଳନ କରାଯାଇଥିଲା । ସ୍ମୃତି ସଭାର ଉଦ୍ଦେଶ୍ୟ ସମ୍ପର୍କରେ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ବିଶ୍ଵ ଶିକ୍ଷକ ସଂଘ ନେତା ଡ. ଅମୀୟ ମହାନ୍ତି, ଏ.ଆଇ.ସି.ସି.ଟି.ୟୁ. ନେତା ମହେନ୍ଦ୍ର ପରିଡ଼ା, ଏଲ୍.ପି.ଏଫ୍. ନେତା ମଧୁସୂଦନ ପ୍ରଧାନ, ଭାରତୀୟ କ୍ଷେତ ମଜଦୁର ୟୁନିୟନ୍ ନେତା ସୁର ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଭ୍ରମରବର ରାଉତ, ଆକୁଳି ନାଥ, ଏ.ଆଇ.ଏସ୍.ଏଫ୍. ନେତା ସଂଘମିତ୍ରା ଜେନା, ନିର୍ମାଣ ଶ୍ରମିକ ସମନ୍ଵୟ କମିଟି ନେତା ମଞ୍ଜୁଳା ମଞ୍ଜରୀ ମିଶ୍ର, ଏ.ଆଇ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ଜିଲ୍ଲା ସମ୍ପାଦକ ଶ୍ରୀକୃଷ୍ଣ ପଟ୍ଟନାୟକ, ଶିକ୍ଷକ ମହାସଂଘ ନେତା ଦୁର୍ଯ୍ୟୋଧନ ପରିଡ଼ା, କଳିଙ୍ଗ ହସ୍ପିଟାଲ୍ କର୍ମଚାରୀ ନେତା ଶୁଭାଶିଷ ସ୍ଵାଇଁ, ବଂଶୀଧର ପରିଡ଼ା ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟରେ ଶ୍ରମିକ ଶ୍ରେଣୀଙ୍କ ପାଇଁ ତାଙ୍କର ଅବଦାନ ସହ ଆଗାମୀ ଦିନରେ ଶ୍ରମିକ ମାରଣ ନୀତି ବିରୋଧରେ ଧନ୍ୟବାଦ ଦେଇଥିଲେ । ହରିହର ମହାନ୍ତି, ନମିତା ସାହୁ, ମଞ୍ଜୁ ଭୋଇ, ମମତା ରାଉତ ବକ୍ତବ୍ୟ ରଖୁଥିଲେ ।

Comments are closed.