Latest Odisha News

BREAKING NEWS

ଦୂତୀଙ୍କୁ ମିଳିଲାନି ଭିସା, ସ୍ୱପ୍ନରେ ରହିଗଲା ‘ୟୁରୋପୀୟାନ ରେସ୍’ପଦକ ଆଶା !

ଭୁବନେଶ୍ୱର: ବାଷ୍ପରୁଦ୍ଧ ହୋଇଯାଉଛି ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦଙ୍କ କଣ୍ଠ । ସମ୍ମାନଜନକ ୟୁରୋପୀୟାନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଲାନି ଭିସା ।

ପୂର୍ବରୁ ଦୂତିଙ୍କୁ ଆଇଏଏଏଫ ପ୍ରତିଯୋଗିତା ଲାଗି ଭିସା ମିଳିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ଏନେଇ ଦୂତିଙ୍କୁ ମଙ୍ଗଳବାର ରାତିରେ ଯୋଗାଯୋଗ କରାଯାଇ ପାରିଥିଲା । ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ତାଙ୍କର ସ୍ଥାୟୀ ଠିକଣାକୁ ନେଇ ପାସପୋର୍ଟ ସମ୍ବନ୍ଧୀୟ କୌଣସି ସମସ୍ୟା ସମ୍ପର୍କରେ ବହୁ ବିଳମ୍ବରେ ତାଙ୍କୁ ଅବଗତ କରାଯାଇଥିଲା । ମାତ୍ର ତାଙ୍କ ଲାଗି ଅନେକ ବିଳମ୍ବ ହୋଇଯାଇଥିଲା ।

“ଦୌଡ଼କୁଦରେ ଭାଗନେବାକୁ ମୁଁ ଯେଉଁ ସ୍ୱପ୍ନ ଦେଖିଥିଲି ତାହା ଆଶାରେ ହିଁ ରହିଗଲା । ଏହା ଏକ ଘରୋଇ ପ୍ରତିଯୋଗିତା ରହିଥିଲା ଏବଂ ଏଥିଲାଗି ମୋ ନିଜ ତରଫରୁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି । ତତ୍କାଲରେ ମୁଁ ଟିକଟ ବୁକ୍ କରିଥିବା ଯୋଗୁଁ ଏବେ ମୁଁ ସମସ୍ତ ଟିକଟ ମଧ୍ୟ ବାତିଲ୍ କରିପାରିବି ନାହିଁ । ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯେଉଁ ୪ ଲକ୍ଷ ଟଙ୍କା ପଇଠ କରିଥିଲି ତାହା ସେମାନେ ମଧ୍ୟ ମୋତେ ଫେରାଇବେ ନାହିଁ,” ବୋଲି ଏହା କହିଛନ୍ତି ଦୂତି ।

ଦୂତି ମଧ୍ୟ ସୋସିଆଲ ମିଡ଼ିଆରେ ରାଜ୍ୟ ସରକାର ଭୁଲ ଖବର ପ୍ରସାରିତ କରିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.