ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ ଆମର ଆଞଗା । ଆମର ପ୍ରତିଭା ଓ କ୍ଷମତାକୁ ନେଇ ସତ୍ କର୍ମରେ ଉପଯୋଗୀ କରିବା ଉଚିତ୍ । ତାହାହିଁ ପ୍ରକୃତ ମାନବର ଧର୍ମ । ଜ୍ଞାନ ଓ କର୍ମଯୋଗର ସାଧନା ହିଁ ପ୍ରକୃତ ମାର୍ଗ । ମନେପଡେ ଥରେ ଟ୍ରେନ୍ ଟି ପ୍ଲାଟଫର୍ମରେ ଲାଗିଲା ।
ଷ୍ଟେସନରେ ଜଣେ ବାଳକ ପାଣି ବିକ୍ରୟ କରୁଥିଲା । ଟ୍ରେନରେ ବସିଥିବା ଜଣେ ମହାଞଗା ପିଲାଟିକୁ ଡାକିଲେ । କହିଲେ ହେ ବାଳକ! ମୋତେ ଗୋଟିଏ ପାଣି ବୋତଲ ଦିଅ । ପିଲାଟି ପାଣି ବୋତଲ ଦେଲା । ମହାଞଗା ପଚାରିଲେ କେତେ ଟଙ୍କା? ପିଲାଟି କହିଲା କୋଡ଼ିଏ ଟଙ୍କା । ମହାଞଗା କହିଲେ ପନ୍ଦର ଟଙ୍କାରେ ଦେବୁକି । ପିଲାଟି ଟିକେ ହସି ଦେଲା ପାଣି ବୋତଲଟି ନେଇ ଚାଲିଗଲା । ସେହି ଡବାରେ ଜଣେ ଭଦ୍ରବ୍ୟକ୍ତି ବସିଥିଲେ । ଏହି ସବୁ ଦୃଶ୍ୟ ଦେଖୁଥିଲେ । ପିଲାଟି କାହିଁକି ହସିଲା ଏବଂ ଚୁପ୍ ଚାପ୍ କିଛି ନ କହି ଚାଲିଗଲା । ତାଙ୍କର ମନକୁ ଆନ୍ଦୋଳିତ କଲା । ସେ ଡବାରୁ ଓହ୍ଲାଇ ପିଲାଟିର ପିଛା କରି ପଚାରିଲେ? ହେ ବାଳକ, ତୁମେ ହସିଲ କାହିଁକି ? ପିଲାଟି କହିଲା! ମହାଶୟ, ମୁଁ ହସିଲି କାରଣ, ମହାଞଗା ତୃଷାର୍ତ୍ତ ନଥିଲେ । ସେ କେବଳ ପାଣିର ମୂଲ୍ୟ ପଚାରୁଥିଲେ । ଭଦ୍ରବ୍ୟକ୍ତି ଜଣକ କହିଲେ- ତୁମେ କାହିଁକି ଅନୁଭବ କଲ ଯେ ତୃଷାର୍ତ୍ତ ନୁହଁନ୍ତି? ପିଲାଟି କହିଲା- ମହାଶୟ ଯିଏ ପ୍ରକୃତରେ ତୃଷାର୍ତ୍ତ, ସେ କେବେ ଦାମ୍ ପଚାରେ ନାହିଁ ।
ପ୍ରଥମେ ସେ ପାଣି ପିଅନ୍ତି । ତା’ପରେ ପଚାରନ୍ତି କେତେ ଟଙ୍କା ଦେବି? ପ୍ରଥମେ ମୂଲ୍ୟ ପଚାରିବାର ଅର୍ଥ ହେଉଛି, ସେ ତୃଷାର୍ତ୍ତ ନୁହଁନ୍ତି । ବାସ୍ତବରେ, ଯେଉଁମାନେ ଜୀବନରେ ଈଶ୍ୱରଙ୍କୁ ପାଇବାକୁ ଇଚ୍ଛା କରନ୍ତି । ସେମାନେ ବିତର୍କରେ ପ୍ରବେଶ କରନ୍ତି ନାହିଁ । ଯେଉଁମାନେ ତୃଷାର୍ତ୍ତ, ସେମାନେ ବିତର୍କରେ ରୁହନ୍ତି ନାହିଁ । ସେମାନେ ସାଧନା ରାସ୍ତାରେ ଅଗ୍ରସର ହୁଅନ୍ତି । ଯଦି ଆମର ଗନ୍ତବ୍ୟସ୍ଥଳ ଭୁଲ୍ ମାର୍ଗରେ, ତେବେ ସମସ୍ତଙ୍କୁ ବାଟ ପଚାରିବା ଭଲ ନୁହେଁ । ମୁଁ ଯାହା ହରାଇଥିଲି ତାହା ମୋର ନିର୍ଦ୍ଦୋଷତା । ଏବଂ ମୁଁ ଯାହା ପାଇଲି ତାହା ଭଗବାନ ବା ଗୁରୁଙ୍କ କୃପା! ଜନ୍ମ ଆମ ହାତରେ ନାହିଁ; ମରିବା ଆମ ହାତରେ ନାହିଁ । କିନ୍ତୁ ନିଜ ପଦ୍ଧତିରେ ଜୀବନ ବଞ୍ଚିବା ଆମ ହାତରେ । ଜୀବନର ‘ଆରମ୍ଭ’ ନିଜେ କାନ୍ଦିବା ଠାରୁ ଏବଂ ଅନ୍ୟର
କ୍ରନ୍ଦନ ସହିତ ଜୀବନର ‘ଶେଷ’ । ଏହି ‘ଆରମ୍ଭ ଏବଂ ଶେଷ’ ସମୟ ହାସ୍ୟ ଏବଂ ଭକ୍ତିରେ ପରିପୂର୍ଣ୍ଣ ହେଉ । ଏହା ହେଉଛି ପ୍ରକୃତ ଜୀବନ ।
Comments are closed.