Latest Odisha News

BREAKING NEWS

ଦେଶବ୍ୟାପୀ ୭୩ତମ ସ୍ୱାଧୀନତା ଦିବସ ପାଳନ, ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ଅବସରରେ ଲାଲକିଲ୍ଲାଠାରେ ଦେଶର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଜି ମଧ୍ୟ ଦେଶବ୍ୟାପୀ ପାଳିତ ହେଉଛି ରକ୍ଷାବନ୍ଧନ ଉତ୍ସବ, ଦେଶବାସୀଙ୍କୁ ଉଭୟ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଲାଗି ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ସ୍ୱଳ୍ପ ସମୟର ଅବଧି ମଧ୍ୟରେ ଦେଶର ମଙ୍ଗଳ ଲାଗି ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଧାରା ୩୭୦ ଉଚ୍ଛେଦ ସହିତ ମୁସଲିମ ମହିଳାଙ୍କ ମଙ୍ଗଳ ଲାଗି ତିନି ତଲାକ ପରି ପ୍ରଥା ଉଚ୍ଛେଦ କରାଯାଇଛି ।

ଜଳ ସଂରକ୍ଷଣକୁ ନେଇ ମୋଦୀ କହିଛନ୍ତି, ଏହା ଦେଶ ଭଲଭାବେ ବୁଝିଛି ତେଣୁ ଏକ ସ୍ୱତନ୍ତ୍ର ଜଳଶକ୍ତି ନାମକ ମନ୍ତ୍ରଣାଳୟ ସ୍ଥାପିତ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାଠାରେ କ୍ରମାଗତ ଭାବେ ୬ଷ୍ଠଥର ଲାଗି ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave A Reply

Your email address will not be published.