Latest Odisha News

BREAKING NEWS

ଜାଣନ୍ତୁ, ଆଉ କେଉଁବର୍ଷ ଅଗଷ୍ଟ ୧୫ରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଥିଲା !

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଯାହାକୁ ସାରା ଦେଶରେ ବଡ ଧୁମଧାମ୍ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ ।

ଆଜି ଅଗଷ୍ଟ ୧୫ ତାରିଖରେ ଭାରତରେ ପାଳିତ ହେଉଛି ସ୍ୱାଧୀନତା ଦିବସ ସହିତ ପବିତ୍ର ରକ୍ଷାବନ୍ଧନ ଉତ୍ସବ ।

ଏହିଦିନ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ସହ ତା’ର ଉଜ୍ୱଳ ଭବିଷ୍ୟତ କାମନା କରିଥାଏ । ଏହା ବଦଳରେ ଭାଇ ତା’ର ଅଲିଅଳ ଭଉଣୀକୁ କିଛି ଉପହାର ଭେଟି ଦେବା ସହ ତା’ର ସୁରକ୍ଷା କରିବା ଲାଗି ପ୍ରତିଜ୍ଞା ଦେଇଥାଏ । ଏହି ପର୍ବକୁ କେବଳ ହିନ୍ଦୁ ତା’ ନୁହେଁ ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ମଧ୍ୟ ପାଳନ କରିଥାନ୍ତି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମା ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପାଳନ କରାଯାଇଥାଏ । ଚଳିତ ଥର ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୁର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି ।

ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡିଛି, ଯାହା ଶେଷଥର ଲାଗି ୨୦୦୦ ମସିହା ଅଗଷ୍ଟ ୧୫ ତାରିଖରେ ସଂଯୋଗ ପଡିଥିଲା । ଅର୍ଥାତ୍ ୧୯ ବର୍ଷ ପରେ ଏଭଳି ଦୁଇଟି ପର୍ବ ଏକାସଙ୍ଗରେ ପଡୁଛି ।

Leave A Reply

Your email address will not be published.