Latest Odisha News

BREAKING NEWS

ଓଡ଼ିଶାରେ ରାଜ୍ୟ ଜିଏସଟି ଓ ସେଣ୍ଟ୍ରାଲ ଜିଏସଟି ସକ୍ରିୟ, ସବୁଠି କୋଟି କୋଟି ଟଙ୍କାର ଠକେଇ ସୂଚନା

ଅନୁଗୋଳ: ଗତକାଲି ଯାଜପୁର ଜିଲ୍ଲାରେ ସେଣ୍ଚ୍ରାଲ ଜିଏସଟି ରେଡ୍ କରି କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଜାଣିବାକୁ ପାଇଥିଲା। ଆଉ ଆଜି ରାଜ୍ଯ ଜିଏସଟି ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନରେ ଚଢ଼ାଉ କରିଛି । ଯାଜପୁର ଓ ତାଳଚେରରେ ହଠାତ୍ ଜିଏସଟି ସକ୍ରିୟ ହେବାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି।

ଆଜି ସକାଳ ପ୍ରାୟ ୧୧ ଟା ବେଳୁ ଏହି ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ପରିମାଣ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ପ୍ରତିଷ୍ଠାନର ଟିକିନିଖି କାଗଜପତ୍ର ଜାଞ୍ଚ କରା ଯାଉଛି।

ସୂଚନା ଅନୁସାରେ ମହେନ୍ଦ୍ର ବେହେରା ନାମକ ବ୍ୟବସାୟୀଙ୍କ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ତାଙ୍କ ଭାଇ ରାଜେନ୍ଦ୍ର ବେହେରାଙ୍କ ହିଙ୍ଗୁଳା ଟ୍ରେଡ଼ର୍ସରେ ଏହି ଚଢ଼ାଉ ଜାରି ରହିଛି । ବ୍ୟବସାୟ ସହ ସମ୍ପୃକ୍ତ ଥିବା ସମସ୍ତ କାଗଜପତ୍ର ଓ ଇଲେକଟ୍ରୋନିକସ ଡିଭାଇସ ଜବତ କରାଯାଇଛି।

ଗତକାଲି ସେଣ୍ଟ୍ରାଲ ଜିଏସଟି ୧୫ଟି ସ୍ଥାନରେ ୧୦ଟି ଟିମ ୧୮ ଘଣ୍ଟା ଧରି ଚଢ଼ାଉ କରିଥିଲା। ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ସେଂଟ୍ରାଲ ଜିଏସଟି ଟିମ୍ । କୋଟି କୋଟି ଟଙ୍କାର ଜିଏସିଟି ହେରଫେର କରିଥିବା ନେଇ ଅଭିଯୋଗ ପରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି । ଆଉ ଦିନକ ପରେ ତାଳଚେରରେ ଆଜି ରାଜ୍ୟ ଜିଏସଟି ଚଢାଉ କରିଛି।

ଜିଏସଟି ଅଫିସର ବିରଞ୍ଚି ମହାନନ୍ଦିଆ କହିଛନ୍ତି, ୪ ତାରିଖ ଦିନ ତାଳଚେରର ବିଭି ଟ୍ରେଡର୍ସ ଓ ଓମ ରୋଡୱେଜରେ ସିଟି ଆଣ୍ଡ ଜିଏସଟି ପକ୍ଷରୁ ଚଢ଼ାଉ ହୋଇଥିଲା। ସେଥିରୁ ଲିଙ୍କ କରି ଆଜିର ଏହି ଚଢ଼ାଉ କରାଯାଇଛି । ମୁଖ୍ୟତଃ କୋଇଲା ବ୍ୟବସାୟ ଓ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟରେ ଏହି ଠକେଇ କରାଯାଇଥିବା ବିଭାଗ ପକ୍ଷରୁ କୁହା ଯାଇଛି। ଆଜି ଯେଉଁ ରେଡ୍ ହୋଇଛି ତାହା ଅଧିକ ସମୟ ଲାଗିବ। ଏବେ ସୁଦ୍ଧା ୬୦ କୋଟିରୁ ଅଧିକ ଠକେଇ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଠକେଇ ବିଭିନ୍ନ ପ୍ରକାର ରହିଛି। ସନ୍ଦେହ ରହିଥିବା କାଗଜପତ୍ର ଜବତ ହୋଇଛି। ଭେରିଫିକେସନ ପରେ ସମସ୍ତ କଥା ଜଣାପଡ଼ିବ। ତେବେ ଭେରିଫିକେସନ ପରେ ବ୍ୟବାସାୟୀଙ୍କୁ ନୋଟିସ୍ ହେବ।

Comments are closed.