Latest Odisha News

ମୋଟା ବିଲେଇ ପ୍ରତିଯୋଗିତା: ବହୁ ଭାଗ ନେଲେ, ପୁରସ୍କୃତ ହେଲେ

ମାଲେସିଆ: ଆଜିର ସମୟରେ ଲୋକମାନେ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି କାରଣରୁ, ଲୋକମାନେ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା କେବଳ ମଣିଷମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ । ଯଦି ପଶୁର ଓଜନ ବୃଦ୍ଧି ହୁଏ, ତେବେ ଏହାକୁ ପଶୁ କୃଏଲିଟିରେ ଗଣନା କରାଯାଏ । କିନ୍ତୁ ନିକଟରେ ମାଲେସିଆର ଏକ ମଲରେ ମୋଟା ବିଲେଇଙ୍କ ପାଇଁ ଏକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି, ଯେଉଁଥିରେ ଶତାଧିକ ବିଲେଇ ଅଂଶ ଗ୍ରହଣ କରିଥିଲେ ।

ଅଧିକାଂଶ ଲୋକ କେବଳ କୁକୁର ଏବଂ ବିଲେଇମାନଙ୍କୁ ରଖିବାକୁ ପସନ୍ଦ କରନ୍ତି । ବିଲେଇ କେଉଁ ରଙ୍ଗ ହେଉନା କାହିଁକି, ଏହା ଖୁବ୍ ସୁନ୍ଦର ହୋଇଥାନ୍ତି । ଏହି ମୋଟା ବିଲେଇ ପ୍ରତିଯୋଗିତାରେ ସହରର ବିଭିନ୍ନ ସ୍ଥାନରୁ ବହୁ ବିଲେଇ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ସବୁ ବିଲେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସବୁ ବିଲେଇ ମାଲିକଙ୍କ ସହ ରାମ୍ପରେ ଚାଲିଥିଲେ । ଶେଷରେ ସର୍ବାଧିକ ଓଜନ ଓ ସୁନ୍ଦର ଥିବା ବିଲେଇକୁ ବିଜେତା ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା ।

ଏହି ପ୍ରତିଯୋଗିିତାରେ ଭାଗ ନେଇଥିବା ସୁନ୍ଦର ଓ ମୋଟା ବିଲେଇଙ୍କ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଏହାକୁ ଦେଖି ଅନେକ ଲୋକ ପସନ୍ଦ କରି ନ ଥିବା ବେଳେ ଆପତ୍ତି ଉଠାଇଥିଲେ । ପ୍ରତିଯୋଗିତାର ଆୟୋଜନ କରାଯିବାରୁ ବହୁ ପଶୁ ଏକାଠି ହେଉଛନ୍ତି । ସେମାନଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ତେଣୁ ଏହିପରି ପ୍ରତିଯୋଗିତା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ ବୋଲି ଅନେକ କହିଛନ୍ତି ।

Comments are closed.