Latest Odisha News

BREAKING NEWS

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଦେବେନ୍ଦ୍ର ମାଝୀ ।

ଦେବେନ୍ଦ୍ର ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ଏସଟିଏଫ୍ । କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଫୁଲବାରି ଗାଁରେ ଏସଟିଏଫ୍ ଚଢ଼ାଉ କରିବା ସହ ଦେବେନ୍ଦ୍ର ମାଝୀଙ୍କୁ ଗିରଫ କରିଛି ।

ଜେରା ବେଳେ ଦେବେନ୍ଦ୍ର ମାନିଛି, ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ସେ ବିଭିନ୍ନ ସରକାରୀ ଅଧିକାରୀ ଏବଂ କିଛି ଠିକାଦାରଙ୍କଠାରୁ ଟଙ୍କା ନେଇଛି । ଏପରିକି ସରକାରୀ ଚାକିରି କରାଇ ଦେବା ନାଁରେ ସେ କିଛି ଆଶାୟୀଙ୍କଠାରୁ ଟଙ୍କା ନେଇଥିବା ମାନିଛି ।

ତଦନ୍ତ ବେଳେ ଜଣା ପଡ଼ିଛି ଦେବେନ୍ଦ୍ର ମାଝୀ ଉଚ୍ଚଶିକ୍ଷିତ । କେମେଷ୍ଟ୍ରିରେ ଦେବେନ୍ଦ୍ର ଏମଏସସି କରିବା ସହ ସମ୍ବଲପୁରର ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଦେବେନ୍ଦ୍ରଙ୍କୁ ଏସଟିଏଫ୍ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.