ଚୀନ୍ : ଯଦି କେହି ଜୀବନରେ କିଛି ପାଇବାକୁ ଚାହାଁନ୍ତି, ସେ ଭଗବାନଙ୍କ ଆଗରେ ପ୍ରାର୍ଥନା କରନ୍ତି । କିନ୍ତୁ ଏମିତି ଜଣେ ଯୁବକ ଭଗବାନଙ୍କୁ ନିଆରା ଢଙ୍ଗରେ ନିଜର ଦୁଃଖ ଜଣାଇଛନ୍ତି । ପ୍ରାୟ ୨୦୦୦ କିଲୋମିଟର ଯିବା ପରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିିରେ ସ୍ପିକର ଲଗାଇ ଦୁଃଖ ଜଣାଇଛନ୍ତି ।
ଝାଙ୍ଗ୍ ନାମକ ଜଣେ ଯୁବକ ଚୀନ୍ରେ ରୁହନ୍ତି । ସେ ୭୧ ମିଟର ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତିର କାନ ପାଖରେ ଏକ ବଡ଼ ସ୍ପିକର ରଖିଥିବା ଦେଖିବାକୁ ମିଳିଛି । ସେ ବାରମ୍ବାର ଫୋନର ଶବ୍ଦ ବଢାଉଛନ୍ତି, ଯାହାଦ୍ୱାରା ସେଗୁଡିକ ଶୁଣାଯିବ ଏବଂ ତାଙ୍କର ଇଚ୍ଛା ପୂରଣ ହେବ । ଯୁବକ ଜଣକ ଚିତ୍କାର କରି କହୁଛନ୍ତି, ଭଗବାନ ଜାଣନ୍ତି କି ମୋର ବୟସ ୨୭ ବର୍ଷ ହେଲାଣି । ମୋର ଘର ଖଣ୍ଡେ କି କାରଟିଏ ନାହିଁ । ଏମିତି କି ଗର୍ଲଫ୍ରେଣ୍ଡ ବି ନାହିଁ । ସର୍ବପ୍ରଥମେ ମୁଁ ଧନୀ ହେବାକୁ ଚାହେଁ । ମୁଁ ଅଧିକ ଚାହେଁ ନାହିଁ, ମୋତେ ୧.୫ ମିଲିୟନ୍ ଡଲାର୍ ଦିଅ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ଏକ ଗର୍ଲଫ୍ରେଣ୍ଡ ଚାହୁଁଛି, ଯିଏ ଟିକିଏ ସୁନ୍ଦର ଓ ଶାନ୍ତସରଳ ହୋଇଥିବ । ଯୁବକ ଜଣକଙ୍କର ଏହି କଥା ଶୁଣି ଲୋକେ ହସିବା ଆରମ୍ଭ କରିଛନ୍ତି ।
ଯୁବକ ଜଣକ କହିଛନ୍ତି, ମୋର ଭାଗ୍ୟ ବହୁତ ଖରାପ । ସେଥିପାଇଁ ମୁଁ ଭଗବାନଙ୍କ ନିକଟକୁ ଯାଇ ଗୁହାରି କରିଛି । ଭଗବାନଙ୍କୁ ଜଣାଇବା ପାଇଁ ମୁଁ ଏକ ସ୍ପିକର ଅନ୍ଲାଇନ୍ରେ କିଣିଥିଲି । ଯାହାମାଧ୍ୟମରେ ମୋର ଦୁଃଖ ଭଗବାନ ବୁଦ୍ଧଙ୍କ ନିକଟରେ ପହଞ୍ଚିପାରିବ ।
Comments are closed.