Latest Odisha News

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ସୋଫା ବାଡ଼ ଉପରେ ବୀରା ଚାରିପଟେ ବୁଲିବୁଲି ସମୀରା କହୁଥାଏ, “କହିଲୁ ବୀରା, ସତରେ କ\’ଣ ମୁଁ ଅବାସ୍ତବବାଦୀ ଆଉ ଡରକୁଳୀ?” “ହଁ ”, କହୁକହୁ ସମୀରା ଗମ୍ଭୀର ମୁହଁ ଉପରେ ନଜର ପଡ଼ିଗଲା ତ ବୀରା ଚଟାପଟ କହିଲା, “ଆରେ ଥଟ୍ଟା କରୁଥିଲି । ତୁ ଆଦୌ ଅବାସ୍ତବବାଦୀ ନୁହଁ । ଯେ ଏବେ ଏମିତି ପ୍ରଶ୍ନ କାଇଁକି?”

“କାଇଁକି ନା ମୁଁ ବାସ୍ତବତାକୁ ସାମ୍ନା କରିବାକୁ ଚାହେଁନି । ମୁଁ ମାନ୍‌ହ…ନ୍ ଛାଡ଼ିଯିବାକୁ ଚାହୁଁନି । କାଲିର ଜାହାଜ ଯାତ୍ରାକୁ ମୁଁ ଭୟ କରୁଛି, ଗୋଟେ ଡରକୁଳୀ ପରି କୁଆଡ଼େ ଦୌଡ଼ି ପଳେଇବାକୁ ଚାହୁଁଚି ।” ସମୀରା କଇଁ କଇଁ ହେଇ କାନ୍ଦିଉଠିଲା । ସମୀରା କାନ୍ଧକୁ ଦି ହାତରେ ଧରି ସାନ୍ତ୍ୱନା ଦେଲାଭଳି ବୀରା କହିଲା, “ଏଇଟା ତମର ଡରକୁଳାପଣ ନୁହଁ ଦି’ । ଏଠା ଛାଡ଼ି ଭାରତକୁ ଯିବା, ସେଠି ନୂଆ ନୂଆ ସାଙ୍ଗ ସୃଷ୍ଟି କରିବା, ନୂଆ ଜୀବନଶୈଳୀ ସହ ଆଡ଼୍‌ଜଷ୍ଟ କରିବା ଆଦି କଥାକୁ ନେଇ ତମ ଭିତରେ କେବଳ ଉଦ୍‌ବେଗ ଅଛି । ଆଉ ଅଧକ କିଛି ନୁହେଁ । ଏଇବା ବି ମଣିଷଙ୍କର ଏକଦମ୍ ସ୍ୱାଭାବିକ ଚରିତ୍ର, ବ୍ୟସ୍ତ ହୁଅନି ।”

ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ । ମୋ\’ର ଦୃଢ଼ ବିଶ୍ୱାସ ଅଛି ଯେ କାଲିକି ସବୁକିଛି ଠିକ୍ ହେଇଯିବ ।”

ବୀରା କିନ୍ତୁ ଜାଣିନଥିଲା ଯେ ତା’ ଭାବନାସବୁ କେତେ ଭୁଲ୍ ବୋଲି… ବିଳାସପୂର୍ଣ୍ଣ କ୍ରୁଜ ‘ରୟାଲ ୟୁରେକା’କୁ ଦେଖିବାମାତ୍ରେ ବୀରା ଆ୧⁄୨ର୍ଯ୍ୟଚକିତ ହୋଇଗଲା । ଜାହାଜଟା ଏତେ ବଡ଼ ଯେ ବୀରାର ଟାଇଟାନିକ୍ କଥା ମନେପଡ଼ିଗଲା । ଏକ ବିଶାଳ ଏଚ୍ରାାନ୍‌ସ ଡେକ୍‌, ଗୋଟିଏ ମତ୍ସକନ୍ୟାର ମୂର୍ଚାି ଆଉ ସୁଦୃଶ୍ୟ ବିଶାଳ ଗୋଟେ ମାସ୍ତୁଲ – ଏସବୁ ଦେଖି ବୀରା ପାଟି ମେଲି ହୋଇଯାଇଥାଏ ।

 

କ୍ରମଶଃ

 

Comments are closed.