Latest Odisha News

BREAKING NEWS

ଏହି ସବୁ ବଲିଉଡ୍ ତାରକାଙ୍କ ପାଖରେ ନାହିଁ ଭାରତୀୟ ନାଗରିକତ୍ଵ…

ମୁମ୍ବାଇ: ଜାଣନ୍ତୁ କିଛି ବଲିଉଡର ଆଗଧାଡ଼ିର କଳାକାରଙ୍କ ସମ୍ପର୍କରେ, ଯାହାଙ୍କ ପାଖରେ ନାହିଁ ଭାରତର ନାଗରିକତା…

BjdElectrycity

୧. ଆଲିଆ ଭଟ୍ଟ- ସୁନ୍ଦରୀ ଆଲିଆ ଭଟ୍ଟ । ଯାହାଙ୍କ ସୁନ୍ଦରତାରେ ଫିଦା ଆଜିର ଯୁବ ପିଢି। ଅନେକ ଲୋକ ଭାବୁଥିବା ଆଲିଆ ଭଟ୍ଟ ଜଣେ ଇଣ୍ଡିଆନ। କିନ୍ତୁ ସେ ନୁହେଁ । ଆଲିଆଙ୍କ ମାଆଙ୍କ ପାଇଁ ତାଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା ।

୨.ଅକ୍ଷୟ କୁମାର – ଆକ୍ସନ ହିରୋ ଅକ୍ଷୟ କୁମାର । ଅକ୍ଷୟ ପଞ୍ଜାବରେ ଜନ୍ମ ଗ୍ରହଣ କରି ଦିଲ୍ଲୀରେ ବଡ଼ ହୋଇଛନ୍ତି । କିନ୍ତୁ ସେ କାନାଡାର ନାଗରିକତା ସହ ସେଠାକାର ପାସପୋର୍ଟ ବହନ କରୁଛନ୍ତି ।

୩. ଦୀପିକା ପାଦୁକୋନ- ଟ୍ୟାଲେଣ୍ଟେଡ଼ ଦୀପିକା ପାଦୁକୋନଙ୍କର ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକା । ଦୀପିକାଙ୍କ ପାଖରେ ଡେନମାର୍କର ପାସପୋର୍ଟ ଓ ନାଗରିକତା ଥିବା ଶୁଣିବାକୁ ମିଳୁଥିବା ବେଳେ, ସେ ଏହାକୁ ଗୁଜବ ବୋଲି କହି ଏଡାଇ ଦେଇଛନ୍ତି ।

୪.ଇମ୍ରାନ ଖାନ – ସୁପରଷ୍ଟାର ଅମୀର ଖାନଙ୍କ ଭଣଜା ଇମ୍ରାନଙ୍କ ଜନ୍ମ ଆକେରିକାରେ । ତେଣୁ ତାଙ୍କ ପାଖରେ ରହିଛି ୟୁଏସଏର ନାଗରିକତା ।

୫.ଜ୍ୟାକଲିନ- ଶ୍ରୀଲଙ୍କାରେ ଜନ୍ମ ହେତୁ ଜ୍ୟାକଲିନଙ୍କ ପାଖରେ ରହିଛି ସେଠାକାର ନାଗରିକତା ।

୬.ସ୍ୱପ୍ନା ପବି- ବଲିଉଡର ଏହି ସୁନ୍ଦରୀଙ୍କ ଜନ୍ମ ଲଣ୍ଡନରେ ହୋଇଥିବା କାରଣରୁ ତାଙ୍କ ପାଖରେ ରହିଛି ଲଣ୍ଡନର ନାଗରିକତା ।

୭. କ୍ୟାଟ୍ରିନା କୈଫ- ବି’ଟାଉନର ଦିଭା କ୍ୟାଟ୍ରିନା ନୁହନ୍ତି ଭାରତର ନାଗରିକ । ତାଙ୍କର ଜନ୍ମ ହଂକଙ୍କଠାରେ ହୋଇଥିବାରୁ ତାଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା ।

Leave A Reply

Your email address will not be published.